ଘର
ବିଦେଶ
ରୁଷିଆ-ୟୁକ୍ରେନ୍ ଯୁଦ୍ଧର ପରିସମାପ୍ତି ପାଇଁ ଉଦ୍ୟମ , ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ
ରୁଷିଆ-ୟୁକ୍ରେନ୍ ଯୁଦ୍ଧର ପରିସମାପ୍ତି ପାଇଁ ଉଦ୍ୟମ , ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ
by Swayangprajna Mishra
ଅର୍ଗସ ବ୍ୟୁରୋ : ରୁଷିଆ-ୟୁକ୍ରେନ୍ ଯୁଦ୍ଧର ପରିସମାପ୍ତି ପାଇଁ ଉଦ୍ୟମ । ଏନେଇ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ସହ କଥା ହୋଇଛନ୍ତି । ନିକଟରେ ଶେଷ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ବିପୁଳ ବିଜୟ ପରେ ଡୋନାଲଡ ଟ୍ରମ୍ପ ରୁଷିଆ-ୟୁକ୍ରେନ୍ ଯୁଦ୍ଧର ଅବସାନ ପାଇଁ ଚେଷ୍ଟା କରିଥିଲେ । ଏଥିପାଇଁ ସେ ରୁଷିଆ ରାଷ୍ଟ୍ରପତିଙ୍କୁ ଫୋନ କରିଥିଲେ । ଯୁଦ୍ଧକୁ ଆହୁରି ଅଧିକ ନ ବଢାଇବାକୁ ସେ ପୁତିନଙ୍କୁ କହିଥିଲେ । ଏ ପ୍ରସଙ୍ଗରେ ଆମେରିକା ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ୟୁରୋପରେ ଆମେରିକାର ଯଥେଷ୍ଟ ସଂଖ୍ୟକ ସୈନ୍ୟ ଉପସ୍ଥିତ ଅଛନ୍ତି ।
ଅଧିକ ପଢନ୍ତୁ : ଜିତିଲେ ଟ୍ରମ୍ପ, ଧନୀ ହେଲେ ଏଲନ ମସ୍କ
ଆଗାମୀ ଦିନରେ ରୁଷିଆ ସହ ମିଶି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଆମେରିକା ଉଦ୍ୟମ କରିବ। ପୂର୍ବରୁ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସହ ମଧ୍ୟ କଥା ହୋଇଥିଲେ ଆମେରିକା ରାଷ୍ଟ୍ରପତି । ଅଢେଇବ ବର୍ଷରୁ ଅଧିକ ସମୟ ହେବ ରୁଷିଆ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ରୁଷିଆର କିଛି ଅଂଚଳକୁ ୟୁକ୍ରେନ୍ ଦଖଲ କରିଥିବା ଦାବି କରିଥିବା ବେଳେ ୟୁକ୍ରେନର ଅନେକ ଅଂଚଳ ରୁଷିଆ ଅକ୍ତିଆର କରିଛନ୍ତି ।