‘ଅଲ ଇନ ସମିଟ’ ରେ ଭିଡିଓ କନଫରେନ୍ସିଂ ଦ୍ବାରା ଯୋଗ ଦେଇ ଛୋଟ ପରିବାର ଓ ଜନସଂଖ୍ୟା କମାଇବା ପାଇଁ ଚାଲିଥିବା ଅଭିଯାନ ଗୁଡିକୁ ଏଲନ୍ ମସ୍କ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, କିଛି ଲୋକ ଭାବନ୍ତି କମ ସନ୍ତାନ ଜନ୍ମ କରିବା ପରିବେଶ ପାଇଁ ଭଲ, କିନ୍ତୁ ଏ ଧାରଣା ସଂପୂର୍ଣ୍ଣ ଭୁଲ । ବିଶ୍ବର ଏବେକା ଜନସଂଖ୍ୟା ଦୁଇ ଗୁଣ ହେଲେ ହିଁ ପରିବେଶ ଭଲ ରହିବ । ସମସ୍ତେ ଜନସଂଖ୍ୟା ବଢେଇବାରେ ଲାଗିଯିବା ଦରକାର । ଏଭଳି କହିଛନ୍ତି ମସ୍କ ।
ଏଲନ୍ ମସ୍କଙ୍କ ମତରେ ଆମକୁ ଜନସଂଖ୍ୟା ତରବରିଆ ଭାବେ ନୁହେଁ, ଧୀରେ ଧୀରେ ବଢାଇବା ଦରକାର । ସେ କିଛି ଦେଶରେ କମି ଚାଲିଥିବା ଜନ୍ମ ହାର କୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ । ଦେଇଥିଲେ ଜାପାନର ଉଦାହରଣ, ଯେଉଁଠି ଗତ ବର୍ଷ ଜନସଂଖ୍ୟା ପ୍ରାୟ ୬ ଲକ୍ଷ ହ୍ରାସ ପାଇଛି । ଛୁଆ ଜନ୍ମ କମିବାରୁ ଜାପାନ ଭଳି ଏସୀୟ ଦେଶ ନିଜ ଅସ୍ତିତ୍ଵ ହରାଇ ପାରେ । ତେଣୁ ଅଧିକ ସନ୍ତାନ ଜନ୍ମ କରିବା ପରିବେଶ ପାଇଁ ଖରାପ ନୁହେଁ, ଏହା ବାସ୍ତବରେ ମାନବ ସଭ୍ୟତାକୁ ବଞ୍ଚାଇ ରଖିବା ଉପାୟ, ଏଭଳି ମନ୍ତବ୍ୟ ଦେଇଛନ୍ତି ଏଲନ୍ ମସ୍କ ।
ଭାରତ ଭଳି ଦେଶର ଜନତା ଏଲନ୍ ମସ୍କଙ୍କ କଥା ମାନିଲେ କେବଳ ବିପତ୍ତି ହିଁ ବିପତ୍ତି । ମନେ ରଖିବା ଉଚିତ କୋଟି କୋଟି ଡଲାରରେ ଖେଳୁଥିବା ଏଲନ୍ ମସ୍କଙ୍କ ପାଇଁ ୭ କଣ ୭୦ ଛୁଆଙ୍କ ଲାଳନ ପାଳନ ପିଲା ଖେଳ । କିନ୍ତୁ ଅଧିକ ପିଲା ଛୁଆ ଆମ ପାଇଁ କାଳ ।