ଅର୍ଗସ ବ୍ୟୁରୋ: ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଅବତରଣ କରିବେ ଜଗତଜନନୀ ମା' ଦୁର୍ଗା। ମା'ଙ୍କ ଆଗମନକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିବ। ଏବେବି ସଜେଇ ହେଲାଣି ରାଜଧରନୀ ସମେତ ବିଭିନ୍ନ ସ୍ଥାନ। ଏଥର ମଣ୍ଡପରେ ମିଟର ଲଗାଇବାକୁ ବାଧ୍ୟତାମୂଳକ କରିବ ବିଧ୍ୟୁତି ବିତରକ କମ୍ପାନୀ ଟାଟା ପାଓ୍ୱାର ଲିମିଟେଡ। ଯାହାକୁ ନେଇ ପୂଜା କମିଟିମାନଙ୍କ ମଧ୍ୟରେ ଅସନ୍ତୋଷ ଉପୁଜିଛି। ଯେଉଁଠି ଭୁବନେଶ୍ୱରର ପୂଜା ମଣ୍ଡପରେ ହାଉସ ରେଣ୍ଟ ଛାଡ କରାଗଲା ସେଠି କଟକରେ ବିଦ୍ୟୁତ ଦେୟରେ ରିହାତି କାହିଁକି ଦିଆଯାଉନାହିଁ ବୋଲି କମିଟିଗୁଡିକ ପ୍ରଶ୍ନ କରିଛନ୍ତି।
ଗତବର୍ଷ ଦୁର୍ଗା ପୂଜାରେ ସହରର ପ୍ରତ୍ୟେକ ପୂଜା ମଣ୍ଡପରେ ବିଦ୍ୟୁତ ମିଟର ଲଗାଇବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ କରୋନା ଜନିତ ମାନ୍ଦାବସ୍ଥା ଏବଂ ଆର୍ଥିକ ଦୁଃସ୍ଥିତି ଦର୍ଶାଇ ପୂଜା କମିଟିମାନେ ଏହାର ଜୋରଦାର ବିରୋଧ କରିଥିଲେ। ଫଳରେ ମିଟର ନଲଗାଇ ପୂର୍ବଭଳି କିଛି ନିର୍ଦ୍ଦେିଷ୍ଟ ଅର୍ଥରାଶି ବିନିମୟରେ ପୂଜା ଆୟୋଜକଙ୍କୁ ବିଦ୍ୟୁତ ବ୍ୟବହାର କରିବାକୁ ଅନୁମତି ଦିଆଯାଇଥିଲା। କିନ୍ତୁ ଚଳିତ ବର୍ଷର ଏପରି ନିଷ୍ପତ୍ତିକୁ ନେଇ ଦୁର୍ଗାପୂଜା ପୂର୍ବରୁ ବିଭ୍ରାଟ ଉପୁଜିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି।
ଦୁର୍ଗାପୂଜା ଆସିଲେ କଟକ ସହର ଚଳଚଞ୍ଚଳ ହୋଇଉଠେ। ପୂଜା ପୂର୍ବରୁ ଆକର୍ଷଣୀୟ ସାଜସଜ୍ଜା ସହରବାସୀଙ୍କୁ ଉତ୍ସାହିତ କରିଥାଏ। ସୁଉଚ୍ଚ ତୋରଣ ସାଙ୍ଗକୁ ଲାଇଟ ଗେଟ୍ ଏବଂ ଆଲୋକ ସଜା ସହରର ରଙ୍ଗ ବଦଳାଇଦିଏ। ପ୍ରତ୍ୟେକ ପୂଜା କମିଟି ସାଜସଜା ଉପରେ ଅଧିକ ଗୁରୁତ୍ୱ ଦିଅନ୍ତି। ଆଲୋକମାଳା ସାଙ୍ଗକୁ ଲାଇଟ ଗେଟ୍ କରି ଲୋକଙ୍କୁ ସ୍ୱାଗତ କରନ୍ତି। ବିଦ୍ୟୁତ ବିଭାଗର ଆକଳନ କହୁଛି, କଟକର ପ୍ରାୟ ୧୭୦ ପୂଜା ମଣ୍ଡପରେ ପୂଜାର ୫ଦିନ ଭିତରେ ପ୍ରାୟ ୧୦ ଲକ୍ଷ ୟୁନିଟରୁ ଅଧିକ ବିଦ୍ୟୁତ ବ୍ୟବହାର କରାଯାଇଥାଏ। ଫଳରେ ସହର ପାଇଁ ଆବା୍ୟକ ଦୈନିକ ବିଦ୍ୟୁତ ଯୋଗାଣର ୩ ଶହ ମେଗାଓ୍ୱାଟ ଅତିରିକ୍ତ ବୋଝ ପଡିଥାଏ। ଏ ବାବଦରେ ଯଦିଓ ପୂଜା କମିଟି ତରଫରୁ କିଛି ଟଙ୍କା ଡିପୋଜିଟ କରାଯାଏ କିନ୍ତୁ ତାର କୌଣସି ହିସାବ ନଥାଏ। ସହରର ପୂଜା କମିଟି ମାନେ ପ୍ରାୟ ୧୦ ହଜାର ଟଙ୍କା ବିଦ୍ୟୁତ ବିଲ ବାବଦରେ ଅଗ୍ରୀମ ଡିପୋଜିଟ୍ କରି ମଣ୍ଡପକୁ ଲାଇନ ଆଣଶିଥାନ୍ତି। ପରେ ମନଇଚ୍ଛା ପାଞ୍ଚ ଦିନ ଧରି ବ୍ୟବହାର କରିଥାନ୍ତି। ଯାହାକୁ ନେଇ ଚଳିତ ବର୍ଷ ପୂଜା ଆୟୋଜକଙ୍କ ଚିନ୍ତା ବଢ଼ିବାରେ ଲାଗିଛି।
ଅଧିକ ପମନ୍ତୁ ଓଡିଶା ଖବର: