୧୮୦ ରନର ବିଜୟ ଲକ୍ଷ୍ୟକୁ ନେଇ ପଡିଆକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମାନା କରିଥିଲା । ଦଳର ୮ ରନରେ ଓପନର କନୱେ ଆଉଟ ହୋଇଥିବା ବେଳେ ୨୮ ରନରେ ଦଳ ଦ୍ୱିତୀୟ ୱିକେଟ ଭାବେ ଫିନ ଆଲେନ ହରାଇଥିଲା । ମଧ୍ୟକ୍ରମରେ ଅଧିନାୟକ କେନ ୱିଲିୟମସନ ଏବଂ ଗ୍ଲେନ ଫିଲିପ୍ସ ଦଳକୁ ସମ୍ଭାଳିଥିଲେ କିନ୍ତୁ ବିଜୟୀ କରାଇ ପାରି ନଥିଲେ ।
ୱିଲିୟମସନ ୪୦ ବଲରୁ ୪୦ ରନ କରିଥିବା ବେଳେ ଇନ ଫର୍ମ ଫିଲିପ୍ସ ୩୬ ବଲରେ ୬୨ ରନ କରିଥିଲେ । କିୱି ଦଳକୁ ୨୦ ଓଭର ୬ ୱିକେଟ ହରାଇ ୧୫୯ ରନରେ ସୀମିତ ରଖିବାରେ ଇଂଲଣ୍ଡ ସଫଳ ହୋଇଥିଲା । ଇଂଲଣ୍ଡ ପକ୍ଷରୁ କ୍ରିସ ୱୋକ୍ସ ଏବଂ ସାମ କୁରାନଙ୍କୁ ଦୁଇଟି ଲେଖାଏଁ ୱିକେଟ ମିଳିଛି । ଗ୍ରୁପ ଏ’ର ପଏଣ୍ଟ ତାଲିକାର ଦ୍ୱିତୀୟରେ ପହଞ୍ଚିଛି ଇଂଲଣ୍ଡ ଦଳ ।