୧୯୪୮ ମସିହାରେ ସ୍ବାଧୀନତା ପାଇଲା ଶ୍ରୀଲଙ୍କା। ଆଉ ସେବେଠାରୁ ଆଜି ପର୍ଯ୍ୟନ୍ତ ଏ ଦେଶର ଆର୍ଥୀକ ସ୍ଥିତି ସେତେ ଦୁର୍ବଳ ହୋଇ ନ ଥିଲା ଯେତିକି ଆଜି ହୋଇଛି। ଏ ଦେଶରେ ଏବେ ଉତ୍କଟ ଆର୍ଥୀକ ଅବସ୍ଥା ଭିତରେ ଖାଦ୍ୟ ସମସ୍ୟା ଦେଖାଗଲାଣି। ଯାହାକୁ ଦୃଷ୍ଟିରେ ରଖି ବିଶ୍ବ ସମୁହ ମଧ୍ୟ ଚିନ୍ତାରେ।
ଏହି ସମସ୍ୟା ସମୟରେ ଏକ ପେଟ୍ରୋଲ ପମ୍ପରେ ଛିଡା ହୋଇଥିବା ଲୋକଙ୍କୁ ଚାହା ବାଣ୍ଟି ଚର୍ଚ୍ଚାକୁ ଆସିଛନ୍ତି, ଶ୍ରୀଲଙ୍କାର କ୍ରିକେଟ ତାରକା ରୋଶନ ମହାନାମା। ୧୯୯୬ରେ ମାହାନାମାଙ୍କ ନେତୃତ୍ବରେ ବିଶ୍ବକପ୍ ବିଜୟୀ ହୋଇଥିଲା ଶ୍ରୀଲଙ୍କା।
ମହାନାମା ନିଜ ଟୁଇଟରେ ଚା ବାଣ୍ଟିବାର ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। କଲମ୍ବୋର ଏକ ପେଟ୍ରୋଲ ପମ୍ପରେ ଅହେତୁକ ଭିଡ ଭିତରେ ଲୋକେ ଧାଡି ହୋଇ ଠିଆ ହୋଇଥାନ୍ତି। କିନ୍ତୁ ପାଳି ଆସିଲା ବେଳକୁ ଘଣ୍ଟା ଘଣ୍ଟା ଲାଗି ଯାଉଥାଏ। ଯାହାକୁ ଦୃଷ୍ଟିରେ ରଖି ମହାନାମା ନିଜେ ପାଉଁରୁଟି, ଚା ଓ ପାଣି ବଣ୍ଟନ କରି ନିଜ ମହନିୟତା ଦେଖାଇଛନ୍ତି।