ଅର୍ଗସ ବ୍ୟୁରୋ: ସାରା ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କରିଛି । ଛୋଟ ଠୁ ବଡ଼ ବ୍ୟବସାୟ କରୋନା ପାଇଁ ପ୍ରଭାବିତ ହୋଇଛି । କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ବିଶ୍ୱର ଅଧିକାଂଶ ଦେଶ ଲକ୍ ଡାଉନ୍ ଭଳି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ଲକ୍ ଡାଉନ୍ ସାଙ୍ଗକୁ କରୋନା ଭୟ ସତେ ଯେମିତି ବ୍ୟବସାୟକୁ ପଙ୍ଗୁ କରିପକାଇଛି । କିନ୍ତୁ ଧିରେଧିରେ ଏହି ଅସୁବିଧା ସହ ନିଜକୁ ଆଡଜଷ୍ଟ କରାଇ ନିଜ କାର୍ଯ୍ୟ ଆରମ୍ଭ କରୁଛନ୍ତି ଲୋକେ ।

କିନ୍ତୁ କରୋନା ପାଇଁ ସତର୍କତା ଅବଲମ୍ବନ କରିବାକୁ ଭୁଲିନାହାନ୍ତି । ଏବେ ଫ୍ୟାସନ୍ ଡିଜାଇନିଂରେ କରୋନା ରିଫ୍ଲେକ୍ସନ ଦେଖିବାକୁ ମିଳିଛି । ଆୟରଲ୍ୟାଣ୍ଡର ନାମୀ ଫ୍ୟାସନ ଡିଜାଇନର ଓଆନା ପ୍ରସ୍ତୁତ କରିଥିବା କରୋନା ବ୍ରାଇଡାଲ୍ ପୋଷାକ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି । ବିବାହ କରିବାକୁ ଥିବା ଯୁବତୀମାନଙ୍କ ପାଇଁ ବ୍ରାଇଡାଲ ଡ୍ରେସ୍ ସାଙ୍ଗକୁ ମ୍ୟାଚିଂ ମାସ୍କ ପ୍ରସ୍ତୁତ କରିଛନ୍ତି ଓଆନା ।
ଓଆନଙ୍କ ମତରେ ବାହାଘର ମାର୍କେଟିଂ ପାଇଁ ଆସୁଥିବା ଯୁବତୀ ବିଶେଷ କିସମର ମାସ୍କ ଡିମାଣ୍ଡ କରୁଥିବାରୁ ସେ ଏଭଳି ଡ୍ରେସ୍ ପ୍ରସ୍ତୁତ କରିଛନ୍ତି । ଏହାସହ ଆୟରଲ୍ୟାଣ୍ଡରେ ମାସ୍କ ପିନ୍ଧିବା ଜରୁରୀ ହୋଇପଡ଼ିଥିବା ବେଳେ ଏଭଳି ଡ୍ରେସ୍ର ଚାହିଦା ବୃଦ୍ଧି ପାଇଛି । ଅନ୍ୟପଟେ କରୋନା ପାଇଁ ବ୍ୟବସାୟ ମାନ୍ଦା ହେଉଥିବା ବେଳେ କିଛି ନୂଆ ଆଇଡିଆ ପାଇଁ ଏଥିରୁ ମୁକ୍ତି ମିଳିପାରିବ ବୋଲି କହିବା ସହ ସେ ସେଥିପାଇଁ ଏହି ଫଣ୍ଡା ଆପଣାଇଛନ୍ତି ବୋଲି କହିଛନ୍ତି ଓଆନ । କେବଳ ବଧୂଙ୍କ ପାଇଁ ନୁହେଁ ତାଙ୍କର ବନ୍ଧୁମାନଙ୍କ ପାଇଁ ମଧ୍ୟ ବିଭିନ୍ନ ପ୍ରକାରର ମାସ୍କ ଡ୍ରେସ୍ ପ୍ରସ୍ତୁତ କରିଛନ୍ତି ଓଆନ ।
