ଏଠାରୁ ଏହା ଲିକ୍ ହୋଇ ସମଗ୍ର ବିଶ୍ଵକୁ ବ୍ୟାପି ଯାଇଥିଲା । ଏଫବିଆଇ ନିର୍ଦ୍ଦେଶକ ଖ୍ରୀଷ୍ଟୋଫରରେ କହିଛନ୍ତି ଯେ ଚାଇନା ସରକାରଙ୍କ ନିୟନ୍ତ୍ରିତ ଲାବୋରେଟୋରୀରେ କୋଭିଡ-୧୯ ପ୍ରସ୍ତୁତ ହୋଇଛି ବୋଲି ବ୍ୟୁରୋ ବିଶ୍ଵାସ କରେ । ଫକ୍ସ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ଖ୍ରୀଷ୍ଟୋଫର କହିଛନ୍ତି, `ଏଫବିଆଇ ଦୀର୍ଘ ଦିନ ଧରି ଆକଳନ କରିଛି ଯେ ମହାମାରୀର ଉତ୍ପତ୍ତି ଏକ ସମ୍ଭାବ୍ୟ ଲାବୋରେଟୋରୀ ଘଟଣା' । କରୋନା ଭାଇରସ ବିସ୍ଫୋରଣ ପରେ ଏଫବିଆଇର ଏହା ହେଉଛି ପ୍ରଥମ ସରକାରୀ ବିବୃତ୍ତି । ତେବେ ଚାଇନା ଏଭଳି ଅଭିଯୋଗକୁ ଖଣ୍ଡନ କରିବାରେ ଲାଗିଛି । କେତେକ ଅଧ୍ୟୟନରୁ ଜଣାପଡିଛି ଯେ ଚାଇନାର ଉହାନର ଏକ ଲ୍ୟାବରେ ଏହି ଭୂତାଣୁ ବିକଶିତ କରା ଯାଇଥିଲା ।
ବିଦେଶ ନ୍ୟୁଜ ଆହୁରି ପଢନ୍ତୁ