ମୁଦ୍ରାସ୍ଫୀତି ସମୟରେ ଏହି ଗଚ୍ଛିତ ହୋଇଥିବା ସୁନା ସୁରକ୍ଷା କବଚ ଭାବେ କାମ କରିଥାଏ. ଏଥିପାଇଁ ବିଶ୍ବର ଅନେକ ବିକାଶଶୀଳ ରାଷ୍ଟ୍ରରେ ସୁନା ଗଚ୍ଛିତ ହୋଇ ରହିଥାଏ. ଏବଂ ଏଥିରେ ଭାରତ ମଧ୍ୟ ସାମିଲ ଅଛି .ଏବେ ଆସନ୍ତୁ ଜାଣିବା କେଉଁ ଦେଶରେ କେତେ ସୁନା ସରକାରଙ୍କ ପାଖରେ ଗଚ୍ଛିତ ଥାଏ
ଏହି ତାଲିକାରେ ସବୁଠାରୁ ପ୍ରଥମରେ ଆସେ ଆମେରିକା. ସବୁଠାରୁ ସମୃଦ୍ଧଶାଳୀ ଦେଶ ଭାବେ ଜଣାଶୁଣା ଆମେରିକା . ତେବେ ସାରା ବିଶ୍ବରେ ଯେତିକି ସୁନା ରହିଛି ଆମେରିକାରେ ସେଥିରୁ ୭୫ ଭାଗ ସୁନା ଭଣ୍ଡାର ରହିଛି. ୱାର୍ଲ୍ଡ ଗୋଲ୍ଡ କାଉନ୍ସିଲର ଗବେଷଣା ଅନୁଯାୟୀ ଏହି ଦେଶରେ ରହିଛି ୮ ହଜାର ୧୩୩ ମେଟ୍ରିକ ଟନ ସୁନା ଗଚ୍ଛିତ ରହିଛି. ଆକଳନ ଅନୁଯାୟୀ ଆମେରିକାର ଟେକ୍ସସ ରାଜ୍ୟରେ ରହିଛି ସବୁଠୁ ଅଧିକ ସୁନା .
ତାଲିକାର ଦ୍ବିତୀୟରେ ଆସେ ଜର୍ମାନୀ.ଏକ ବିକଶିତ ଦେଶ ଭାବେ ବେଶ ଜଣାଶୁଣା ଜର୍ମାନୀ. ତେବେ ଏହି ଦେଶରେ ୩ ହଜାର ୩୫୫ ମେଟ୍ରିକ ଟନର ସୁନା ଗଚ୍ଛିତ ରହିଛି. ୟୁରୋପୀୟ ଦେଶ ମଧ୍ୟରୁ ସବୁଠୁ ଅଧିକ ସୁନା ଜର୍ମାନରେ ହିଁ ଗଚ୍ଛିତ ରହିଛି.
ଅଧିକ ପଢନ୍ତୁ : ସୁନା ଦର ବଢିବାର ପ୍ରମୁଖ କାରଣ କ’ଣ ?
ତୃତୀୟ ସ୍ଥାନରେ ରହିଛି ଇଟାଲୀ. ୱାର୍ଲ୍ଡ ଗୋଲ୍ଡ କାଉନ୍ସିଲର ଗବେଷଣା ଅନୁଯାୟୀ ଏହି ଦେଶରେ ୨ ହଜାର ୪୫୨ ମେଟ୍ରିକ ଟନ ସୁନା ଗଚ୍ଛିତ ରହିଛି . ୟୁରୋପୀୟ ଦେଶ ମଧ୍ୟରେ ଜର୍ମାନୀ ପରେ ଦ୍ବିତୀୟରେ ଆସେ ଇଟାଲୀ
ସୁନା ଗଚ୍ଛିତ ରଖିବା ତାଲିକାରେ ୪ର୍ଥ ସ୍ଥାନରେ ଆସେ ଫ୍ରାନ୍ସ. ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏବେ ନିଜ ଦେଶକୁ ସୁନା ବିକ୍ରି କମାଇବାକୁ ଲଗାତାର ପ୍ରୟାସ କରୁଛନ୍ତି. ହେଲେ ଯେତେ ଅଧିକ ସୁନା ବିକ୍ରି ହେଲେ ମଧ୍ୟ ଏହି ଦେଶ ବିଶ୍ବର ୪ର୍ଥ ସ୍ଥାନରେ ରହିଛି. ଆକଳନ ଅନୁଯାୟୀ ଏହି ଦେଶରେ ୨ ହଜାର ୪୩୭ ଟନ ସୁନା ଗଚ୍ଛିତ ରହିଛି. .
ବିଗତ ୭ ବର୍ଷ ଭିତରେ ସୁନା କିଣିବାରେ ବିଶ୍ବର ଦ୍ବିତୀୟ ସ୍ଥାନରେ ରହିଛି ରଷିଆ.ଏବଂ ସୁନା ଗଚ୍ଛିତ ରଖିବାରେ ବିଶ୍ବର ୫ମ ସ୍ଥାନରେ ରହିଛି. ନିଜ ଦେଶକୁ ଅର୍ଥନୀତିରେ ଅଧିକ ଶକ୍ତିଶାଳୀ କରିବା ପାଇଁ ୨୦୧୭ରେ ରଷ ୨୨୪ ଟନ ସୁନା କିଣିଥିଲା. ୱାର୍ଲ୍ଡ ଗୋଲ୍ଡ କାଉନ୍ସିଲର ଗବେଷଣା ଅନୁଯାୟୀ ଏହି ଦେଶରେ ୨ ହଜାର ୨୯୯ ମେଟ୍ରିକ ଟନର ସୁନା ଗଚ୍ଛିତ ରହିଛି.
ସର୍ବାଧିକ ଲୋକସଂଖ୍ୟା ଆକଳନରେ ଚୀନ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ସୁନା ରଖିବା ମାମଲାରେ ଚୀନର ସ୍ଥାନ ୬ଷ୍ଠରେ ରହିଛି. ତେବେ ଏହି ଦେଶରେ ୧୯୪୮ ମେଟ୍ରିକ ଟନର ସୁନା ଗଚ୍ଛିତ ରହିଛି.
ସୁନା ଗଚ୍ଛିତ ରଖିବାରେ ସପ୍ତମ ସ୍ଥାନରେ ରହିଛି ସ୍ବିଜରଲ୍ୟାଣ୍ଡ. ୱାର୍ଲ୍ଡ ଗୋଲ୍ଡ କାଉନ୍ସିଲର ଆକଳନ ଅନୁଯାୟୀ ଏହି ଦେଶରେ ୧୦୪୦ ମେଟ୍ରିକ ଟନ ସୁନା ଗଚ୍ଛିତ ରହିଛି.
ଏହି ତାଲିକାରେ ଅଷ୍ଟମ ସ୍ଥାନରେ ରହିଛି ଜାପାନ. ତେବେ ଜାପାନରେ ୮୪୬ ମେଟ୍ରିକ ଟନ ସୁନା ଗଚ୍ଛିତ ରହିଛି.
ନବମ ସ୍ଥାନରେ ରହିଛି ଭାରତ. ଭାରତରେ ସୁନା ୭୮୫ ମେଟ୍ରିକ ଟନ ସୁନା ଗଚ୍ଛିତ ରହିଛି.. ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୨୦୨୨ ଏପ୍ରିଲ ମାସରୁ ୨୦୨୨ ସେପ୍ଟେମ୍ବର ମାସ ମଧ୍ୟରେ ରିଜର୍ଭ ବ୍ୟାଙ୍କ ୧୩୨.୩୪ ଟନ୍ ସୁନା କିଣିଛି .
ଦଶ ନମ୍ବର ତାଲିକାରେ ରହିଛି ନେଦରଲ୍ୟାଣ୍ଡ. ନେଦରଲ୍ୟାଣ୍ଡ ପାଖରେ ୬୧୨ ମେଟ୍ରିକ ଟନ ଅର୍ଥାତ ସୁନା ରହିଛି .