ଅର୍ଗସ ବ୍ୟୁରୋ: ବିଶ୍ୱରେ ଫିନଲ୍ୟାଣ୍ଡବାସୀ ସବୁଠୁ ଅଧିକ ଖୁସି । ବାର୍ଷିକ ବିଶ୍ୱ ଖୁସି ରିପୋର୍ଟରୁ ଜଣାପଡିଛି ଏହି ଖବର । ଫିନଲ୍ୟାଣ୍ଡ୍ କୁ ବିଶ୍ୱର ସବୁଠୁ ଖୁସି ଦେଶ ଭାବେ ଘୋଷଣା କରାଯାଇଛି । ସେହିପରି ଦ୍ୱିତୀୟରେ ରହିଛି ଡେନମାର୍କ ଓ ଆଇସଲ୍ୟାଣ୍ଡ ତୃତୀୟ ସ୍ଥାନରେ ରହିଛି । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସୁଖ ମାପିବା ପାଇଁ ରିପୋର୍ଟ ବ୍ୟବହାର କରୁଥିବା କାରଣ ଗୁଡିକରେ ଫିନଲ୍ୟାଣ୍ଡ୍ ଅଧିକ ସ୍କୋର କରିଛି । କରୋନା ମହାମାରୀ ସତ୍ତ୍ୱେ ବି ଏଠାକାର ଲୋକଙ୍କ ମାନସିକ ସ୍ଥିତି ଭଲ ରହିଛି ।
ସେହିପରି ଭାରତ ରହିଛି 125 ତମ ସ୍ଥାନରେ । ପୂର୍ବଥର ଏହା 136 ତମ ସ୍ଥାନରେ ରହିଥିଲା । ଚଳିତବର୍ଷ ସେଥିରେ ଉନ୍ନତି ଆସିଥିଲେ ମଧ୍ୟ ଏହା ନେପାଳ, ଚୀନ୍ , ବାଂଲାଦେଶ ଏବଂ ଶ୍ରୀଲଙ୍କା ଭଳି ପଡୋଶୀ ଦେଶ ଠାରୁ ପଛରେ ରହିଛି । ଋଷ 72 ତମ ସ୍ଥାନ, ୟୁକ୍ରେନ ରହିଛି 92 ତମ ସ୍ଥାନରେ । ସେହିପରି ଆଫଗାନିସ୍ତାନ ରହିଛି 137 ତମ ସ୍ଥାନରେ ।
ମାର୍ଚ୍ଚ 20 କୁ ଅନ୍ତର୍ଜାତୀୟ ଖୁସି ଦିବସ ଭାବରେ ପାଳନ କରାଯାଉଥିବାବେଳେ ଏହି ରିପୋର୍ଟ ପ୍ରକାଶ ପାଇଛି ।
ଆହୁରି ପଢନ୍ତୁ ବିଦେଶ ଖବର...