ମହିନ୍ଦ୍ରା ଲେଖିଛନ୍ତି, ‘ଉଡ଼ୁଥିବା ବାଇକର ମୁଲ୍ୟ ପ୍ରାୟ ୮୦୦ ହଜାର ଆମେରିକୀୟ ଡଲାର୍ ହେବ । ଏହା ମୁଖ୍ୟତଃ ବିଶ୍ବର ସମସ୍ତ ପୁଲିସ୍ ମାନଙ୍କ ଦ୍ୱାରା ବ୍ୟବହୃତ ହେବ।” ଏହା ଚଳଚ୍ଚିତ୍ରଗୁଡ଼ିକରେ କିଛି ନୂଆ ରୋଚକ ଦୃଶ୍ୟ ନିର୍ମାଣ ପାଇଁ ଭଲ ହେବ।’ ଜାପାନରେ ଏୟାରଓ୍ଵିନ୍ସ୍ କମ୍ପାନି ଏହି ବାଇକ୍ ଲଞ୍ଚ କରିସାରିଛି, ସେଠାରେ ଏହାର ମଧ୍ୟ ବିକ୍ରି ହେଉଛି । ଏହାର ଆଉ ଏକ ମଡ଼େଲକୁ ଆମେରିକାରରେ ମଧ୍ୟ ଲଞ୍ଚ କରାଯାଇଛି ଯାହାର ଭିଡ଼ିଓ ସେୟାର କରିଛନ୍ତି ଆନନ୍ଦ ମହିନ୍ଦ୍ରା ।
ସେଠାରେ ଏହାର ମୂଲ୍ୟ ପ୍ରାୟ ୮ଲକ୍ଷ ଡଲାର ରହିଛି । ଭାରତୀୟ ମୂଲ୍ୟରେ ପ୍ରାୟ ସାଢ଼େ ଛଅ କୋଟି ଟଙ୍କା ହେବ। ଭିଡିଓରେ ବାଇକର ପରୀକ୍ଷଣ ସମୟର ଦୃଶ୍ୟ ଦେଖାଯାଇଛି । ବାଇକ୍ ୪୦ ମିନିଟ୍ ପାଇଁ ପବନରେ ଉଡ଼ିବାରେ ସକ୍ଷମ ରଖୁଥିବା ବେଳେ ଏହାର ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର ରହିଛି ।