ସେହିଭଳି ପୋଟ ୨ରେ ମେକ୍ସିକୋ,କାନାଡ଼ା, ବ୍ରାଜିଲ, ନ୍ୟୁଜିଲାଣ୍ଡ ଭଳି ଦଳ ରହିଥିବା ବେଳେ ପୋଟ ୩ରେ ୟୁଏସଏ, ନାଇଜେରିଆ, ଫ୍ରାନ୍ସ, ଚାଇନା ଦଳ ରହିଛନ୍ତି । ସେପଟେ ପୋଟ ୪ରେ କଲୋମ୍ବିଆ, ଚିଲି, ମାର୍କୋ, ତାଞ୍ଜାନିଆ ଦଳ ନିଜର କ୍ରୀଡା ଯାଦୁ ଦେଖାଇବା ପାଇଁ ପ୍ରସ୍ତୁତ ରହିଛନ୍ତି । ଭାରତ ମହିଳା ବିଶ୍ବକପକୁ ଦ୍ବିତୀୟ ଥର ପାଇଁ ହୋଷ୍ଟ କରୁଥିବା ବେଳେ ଓଡିଶା, ମହାରାଷ୍ଟ୍ର, ଗୋଆ ହୋଇଛି ହୋଷ୍ଟିଙ୍ଗ ଷ୍ଟେଟ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଏହି ବିଶ୍ବକପର ୩ଟି ମ୍ୟାଚ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି ।
17 ବର୍ଷରୁ କମ୍ ମହିଳା ଫୁଟବଲ୍ ବିଶ୍ବକପକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରି

ଅର୍ଗସ ବ୍ୟୁରୋ : 17 ବର୍ଷରୁ କମ୍ ମହିଳା ଫୁଟବଲ୍ ବିଶ୍ବକପକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର । ଅକ୍ଟୋବର ୧୧ରୁ ୩୦ ଯାଏ ଖେଳାଯିବ ବିଶ୍ବକପ୍ ମ୍ୟାଚ୍ । ମହିଳା ବିଶ୍ବକପର ଏହା ହେଉଛି ସପ୍ତମ ସଂସ୍କରଣ । ଚଳିତ ବିଶ୍ବକପକୁ ହୋଷ୍ଟ କରୁଛି ଭାରତ । ୧୬ଟି ଦେଶ ଏହି ବିଶ୍ବକପରେ ଅଂଶ ଗ୍ରହଣ କରିବେ । ପୋଟ 1ରେ ରହିଛନ୍ତି ଭାରତ, ଜାପାନ,ସ୍ପେନ, ଜର୍ମାନୀ ଭଳି ଶକ୍ତିଶାଳୀ ଦଳ ।
Download Argus News App
