ବୟସ ଅନୁପାତରେ ଦେଖିବାକୁ ଗଲେ ଲେମ୍ବୁପାଣି ପିଇ ନଗୋନ୍ ଖୁବ୍ ଫିଟ୍ ଓ ସୁସ୍ଥ ବି ଅଛନ୍ତି। ତାଙ୍କ ପାଖରେ ଶକ୍ତି ଆଉ ଉତ୍ସାହ ଭରି ରହିଛି। ପ୍ରତିଦିନ ନଗୋନ୍ ବିଭିନ୍ନ ପ୍ରକାର ଯୋଗାସନ ବି କରିଥାନ୍ତି। ୨୧ ବର୍ଷ ବୟସ ଯାଏ ନଗୋନ୍ ଭାତ ଓ ଅନ୍ୟ ସବୁ ପୋଷକ ତତ୍ତ୍ୱଯୁକ୍ତ ଖାଦ୍ୟ ଗ୍ରହଣ କରୁଥିଲେ। ଯାହା ଇଛା ସେଇଆ ଖାଉଥିଲେ। ହଠାତ୍ ତାଙ୍କ ପେଟରେ ବହୁତ ଜୋରରେ ଜନ୍ତ୍ରଣା ହେବା ସହ ଦୃଷ୍ଟିଶକ୍ତି କମିବା ଆରମ୍ଭ କଲା। ନିଜକୁ ବହୁତ ଅସୁସ୍ଥ ମନେକଲେ ନଗୋନ।
ଡାକ୍ତରୀପରିକ୍ଷା କଲା ପରେ ତାଙ୍କୁ ଅନେକ ଗୁଡିଏ ରୋଗ ହୋଇଥିବା ଜଣାପଡିଲା। ସେଥିଲାଗି ସେ ବିଭିନ୍ନ ପ୍ରକାର ଔଷଧ ଖାଇଲେ। ଶେଷରେ ନିରାଶ ହୋଇ ମାତ୍ର ୨୨ ବର୍ଷ ବୟସ ହୋଇଥିବାବେଳେ ଖାଦ୍ୟ ଛାଡିଦେଲେ। କେବଳ ଲେମ୍ବୁ ପାଣି ପିଇ ରହିଲେ। ଏହାପରେ ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କ ଦୃଷ୍ଟିଶକ୍ତି ଠିକ୍ ହୋଇଗଲା। ଶରିରୀକର ଅସୁସ୍ଥତା ବି ଧିରେ ଧିରେ କମିବାକୁ ଲାଗିଲା। ସେ ନିଜକୁ ସମ୍ପୂର୍ଣ୍ଣ ସୁସ୍ଥ ମନେକଲେ । ପୂର୍ବ ଠାରୁ ବେଶ୍ ଫିଟ୍ ଆଉ ଆକ୍ଟିଭ୍ ରହିଲେ ମିସ୍ ନଗୋନ୍। ଏହାପରଠୁ ସେ ଲେମ୍ବୁପାଣିକୁ ଜୀବନ ସାରା ନିଜର ଆହାର ଭାବେ ଗ୍ରହଣ କରିଚାଲିଲେ।
ତେବେ ଜଣେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେ ଏପରି କରିଥିବା କହିଛନ୍ତି। କିନ୍ତୁ ଏହି ଉପାୟ ବିଜ୍ଞାନସିଦ୍ଧ ହୋଇନଥିବାରୁ ନଗୋନ୍ ଡାକ୍ତରଙ୍କ ନାମ ପ୍ରକାଶ କରି ନାହାଁନାହାନ୍ତି । ତେବେ ସେ ଯାହା ହେଉ ଏବେ ନଗୋନ୍ଙ୍କୁ ଦେଖିଲେ ଲେମ୍ବୁ ପାଣିର କମାଲ ବାରି ହୋଇପଡୁଛି। ଲେମ୍ଭୁ ପାଣି ପିଇକି ସୁସ୍ଥ ଅଛନ୍ତି ଏହି ୬୩ ବର୍ଷୀୟ ମହିଳା ନଗୋନ ।
ବିଦେଶ ଖବର ଆହୁରି ପଢନ୍ତୁ ।