ବ୍ୟାକ୍ତିଗତ ଶତୃତା ନା ରାଜନୈତିକ ଶତୃତା ଥିଲା ହତ୍ୟାର କାରଣ ?
ପୂର୍ବତନ ବାଂଲାଦେଶୀ କ୍ୟାପଟେନ୍ ଓ ଓପନର କରୋନା ପଜିଟିଭ୍ ଚିହ୍ନଟ
ନୂଆଦିଲ୍ଲୀ: ସାରା ବିଶ୍ୱରେ କାୟା ବିସ୍ତାର କରିଛି କରୋନା । ନେତା, ମନ୍ତ୍ରୀ, ଖେଳାଳି ହୁଅନ୍ତୁ ଅବା ସାଧାରଣ ଲୋକେ କେହି ବର୍ତ୍ତିପାରୁ ନାହାନ୍ତି କରୋନା କବଳରୁ । ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦି ଆଫ୍ରିଦି ଓ ବ୍ୟାଟସମ୍ୟାନ ତଫିକ ଉମର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପୁଣି ଦୁଇ କ୍ରିକେଟ ଖେଳାଳି କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି ।
ପୂର୍ବତନ ବାଂଲାଦେଶ ଅଧିନାୟକ ମସର୍ଫି ମୋର୍ତଜା ଓ ଓପନର ବ୍ୟାଟସମ୍ୟାନ ନଫିସ ଇକବାଲ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ମୋର୍ତଜା କରୋନା ଆକ୍ରାନ୍ତ ଥିବା ନେଇ ତାଙ୍କ ଭାଇ ସୂଚନା ଦେଇଛନ୍ତି ।
ମୋର୍ତଜା ବାଂଲାଦେଶ ପକ୍ଷରୁ 36 ଟେଷ୍ଟ, 200ଟି ଏକଦିବସୀୟ ଖେଳିଥିଲେ । ଏହସହ କରୋନାରେ ପୀଡ଼ିତ ପୂର୍ବତନ ବାଂଲାଦେଶୀ ଓପନର ବ୍ୟାଟ୍ସମ୍ୟାନ ନଫିସ ଇକବାଲ 11ଟି ଟେଷ୍ଟ ଓ 16ଟି ୱାନଡେ ଖେଳିଥିଲେ ।
Download Argus News App
