ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ବୁଧବାର ଆନୁଷ୍ଠାନିକ ଭାବେ ଜି-୨୦ ଅଧ୍ୟକ୍ଷତା ଭାରତକୁ ହସ୍ତାନ୍ତର କରିଛନ୍ତି। ଆସନ୍ତା ବର୍ଷ ଭାରତରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ।ଜି-୨୦ ଶିଖର ବୈଠକର ଉଦଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତକୁ ଜି-୨୦ର ଅଧ୍ୟକ୍ଷତା ମିଳିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ
ଭାରତ ଏପରି ସମଯରେ ଜି ୨୦ର ଭାର ନେଉଛି ଜେତେବେଳେ କି ପୁରା ବିଶଆବ ଆର୍ଥିକ ଏବଂ ଜିଓ ପଲଟିକାଲ ଅବଯବସ୍ଥା ଏବଂ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି ।
ଆଗାମୀ ଏକ ବର୍ଷରେ ଜି-୨୦ ର କାର୍ଯ୍ୟଧାରାକୁ ତ୍ୱରାନ୍ୱିତ କରିବା ଏବଂ ବିଶ୍ବକୁ ଏକ ନୂାା ବିଚାର ଧାରା ସହିତ ପରିଚିତ କରିବା ଆମର ପ୍ରୟାସ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀଜି -୨୦ ଏଜେଣ୍ଡାରେ ମହିଳା ନେତୃତ୍ୱର ବିକାଶକୁ ଆମକୁ ପ୍ରାଥମିକତା ଦେବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।
ଜି ୨୦ରେ ପ୍ରଧାନମନ୍ତ୍ରୀ ଜି ୨୦ରେ ଭାରତ ସମେତ ଆମେରିକା, ବ୍ରିଟେନ, ଜର୍ମାନୀ, ଚୀନ, ଫ୍ରାନସ, ଇଟାଲୀ ଏବଂ ଅନେକ ଦେଶର ମୁଖଯ ରାଷ୍ଟ୍ରନେତା ମାନେ ଜୋଗ ଦେଇଥିଲେ। କେବଳ ଜୁଦ୍ଧର ଘନଘଟା ଭିତରେ ରୁଷ ଜୋଗ ଦେଇ ନଥିଲା ।