ଅଧିକ ଟେକ୍ନୋଲୋଜ ନ୍ୟୂଜ଼ ପଢନ୍ତୁ
ଗୁଗୁଲର ନୂଆ ଟୁଲ 'ଗୁଗୁଲ ବାର୍ଡ'

ସାନ୍ ଫ୍ରାନ୍ସିସ୍କୋ: ଗତ କିଛିଦିନ ତଳେ ଲଞ୍ଚ ହୋଇଥିବା ଚାଟ ଜିପିଟି(chat gpt) ଟୁଲକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହା ଲଞ୍ଚ ହେବାର ୫ ଦିନ ମଧ୍ୟରେ ଏହାର ଭିୟୁ ୧ ମିଲିଅନ ହୋଇଯାଇଥିଲା । ଯାହାକୁ ନେଇ ଶଙ୍କାରେ ଥିଲା ଗୁଗୁଲ । ଗୁଗୁଲ ଠାରୁ ମଧ୍ୟ ସରଳ ଓ ଶାବଲୀଳ ଭାଷାର ପ୍ରୟୋଗ କରି ଏହା ଟୁଲ ମଣିଷ ଭଳି ଉତ୍ତର ଲେଖୁଥିବାରୁ ଏହାକୁ ସୋସିଆଲ ମିଡିଆ ବ୍ୟବହାର କାରୀ ମାନେ ବେଶି ପସନ୍ଦ କରିଥିଲେ । ତେବେ ଏହାକୁ ଟକ୍କର ଦେବାପାଇଁ ଗୁଗୁଲ ଏକ ନୂଆ ଟୁଲ ଲଞ୍ଚ କରିଛି । ଯାହାର ନାଁ ହେଉଛି ‘ଗୁଗୁଲ ବାର୍ଡ’ ।
ଗୁଗୁଲର ସିଇଓ ସୁନ୍ଦର ପିଚାଇ ଗୁଗୁଲ ବାର୍ଡ ଲଞ୍ଚ କରିଛନ୍ତି । ତେବେ ସୁନ୍ଦର ପିଚାଇ କହିଛନ୍ତି,ଏହା ଚାଟ ଜିପିଟି ଠାରୁ ଅନେକ ଅଧିକ ଶୀଘ୍ର ସୂଚନା ଦେଇଥାଏ । ଚାଟ ଜିପିଟିରେ ଡାଟା ୨୦୨୧ ଯାଏଁ ହିଁ ରହିଛି । ବର୍ତ୍ତମାନର ସୂଚନା ଜାଇବା ପାଇଁ ଏହାକୁ ଇଣ୍ଟରନେଟ ସହ କନେକ୍ଟ କରିବାକୁ ପଡିବ । ହେଲେ ଗୁଗୁଲ ବାର୍ଡରେ ଆପଣ ଲାଟେଷ୍ଟ ଡାଟା ପାଇ ପାରିବେ । ତେବେ ଏହା ବର୍ତ୍ତମାନ ବ୍ୟବହାରକାରୀ ମାନଙ୍କ ପାଇଁ ଉପଲବ୍ଧ ନାହିଁ । ଏହାକୁ ନେଇ ବର୍ତ୍ତମାନ ଅଧିକ ପରୀକ୍ଷଣ ଚାଲିଛି ।
Download Argus News App
