ଏହି ବନ୍ଧୁକଧାରୀ ମେକ୍ସିକୋର ଗୁରେରା ସେନ୍ ମିଗୁଏଲ୍ ଲୋଲୋଲାପାନର ସିଟି ହଲରେ ପହଞ୍ଚି ଲୋକଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଘଟଣାସ୍ଥଳରେ ହିଁ ୧୦ ଜଣଙ୍କର ଜୀବନ ଚାଲିଯାଇଥିଲା । ଆଉ ଆଠ ଜଣ ହସ୍ପିଟାଲରେ ଭର୍ତ୍ତି ହେବା ପରେ ପ୍ରାଣ ହରାଇଥିଲେ।
୨୦୨୦ରେ ସମ୍ପତ୍ତି ବିବାଦକୁ ନେଇ ଜଣେ ଅସନ୍ତୁଷ୍ଟ ସୈନିକ ୪ଟି ଭିନ୍ନ ଭିନ୍ନ ସ୍ଥାନରେ ଫାୟାରିଂ କରିଥିଲେ । ଫଳରେ ୨୯ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୫୭ ଜଣ ଆହତ ହୋଇଥିଲେ। ଆଉ ଏହି ଘଟଣାର ଦୁଇ ବର୍ଷ ପରେ ପୁଣି ରକ୍ତମୁଖା ହୋଇଛି ଥାଇଲାଣ୍ଡ। ଶିଶୁ ରକ୍ତରେ ରଞ୍ଜିତ ହୋଇଛି। ଏଣୁ ଏହାର ତଦନ୍ତ କରିବାକୁ ପ୍ରଧାମମନ୍ତ୍ରୀ ।
ଅନ୍ୟ ଦେଶ ତୁଳନାରେ ଥାଇଲାଣ୍ଡରେ ଅଧିକ ଲୋକ ନିଜ ପାଖରେ ବନ୍ଧୁକ ରଖନ୍ତି। ଏହାଛଡ଼ା ଏଠାରେ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ବି ଅଧିକ। ଯାହାକୁ ନେଇ ଏଭଳି କାଣ୍ଡ ଘଟୁଛି ବୋଲି କେହି କେହି ମତ ଦେଉଛନ୍ତି।
ସ୍ଥାନୀୟ ପୁଲିସର କହିବା ଅନୁଯାୟୀ, ଅଭିଯୁକ୍ତ ଜଣକ ପୂର୍ବରୁ ପୁଲିସ ଚାକିରି କରୁଥିଲେ। ନିଶାଯୁକ୍ତ ଔଷଧ କାରବାର କାରଣରୁ ଚାକିରୀରୁ ବହିଷ୍କୃତ ହୋଇଥିଲେ। ଅଭିଯୁକ୍ତ ବନ୍ଧୁକଧାରୀ ଯେତେବେଳେ ଏହି ଡେ’ କେୟାରକୁ ଆସିଥିଲେ ସେତେବଳେ ପିଲାମାନଙ୍କର ଭୋଜନ ସମୟ ଥିଲା। କେନ୍ଦ୍ରରେ ୨୦ ଜଣ ପିଲା ଖାଇବା ପାଇଁ ଗୋଟିଏ ଜାଗାରେ ରୁଣ୍ଡ ହୋଇଥିଲେ।