ସେ କହିଛନ୍ତି ଯେ ହିନ୍ଦୁ ମାନେ ତିନୋଟି ବିବାହ କଲେ ଜଣେ ତାଙ୍କର ସ୍ତ୍ରୀ ହୁଏ ଅନ୍ୟ ଦୁଇ ଜଣ ରକ୍ଷିତା ହୋଇଯାଇଥାନ୍ତି । ହିନ୍ଦୁ ମାନେ ତାଙ୍କର ସ୍ତ୍ରୀକୁ ସମ୍ମାନ ଦିଅନ୍ତି ନାହିଁ କିମ୍ବା ରକ୍ଷି୍ତା ମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ। କିନ୍ତୁ ମୁସଲମାନ ମାନେ ଦୁଇ ଜଣ ମହିଳାଙ୍କୁ ନିକାହ କରନ୍ତି ଓ ସମସ୍ତଙ୍କୁ ସମ୍ମାନ ଦିଅନ୍ତି । ମୁସଲମାନ ମାନେ ସେମାନେ ନିକାହ କରିଥି୍ବା ସବୁ ସ୍ତ୍ରୀ ମାନଙ୍କୁ ସମ୍ମାନର ସହ ରଖନ୍ତି । ସେ କହିଛନ୍ତି ଯେ ଆମେ ଭାରତ ଉପରେ 832 ବର୍ଷ ଧରି ଶାସନ କରିଛୁ ।ବାଦଶାହ ମାନଙ୍କ ସାମନାରେ ହାତକୁ ପଛକୁ ରଖି ତୁମକୁ ଆମେ ଜି ହଜୁର କରିବାକୁ ବାଧ୍ୟ କରିଛୁ ।
ହିଜାବ ଉପରେ କଟକଣାକୁ ନେଇ ମଧ୍ୟ ଶୌକତ ଅଲି ବିଷ ଓଗାଳିଛନ୍ତି । ସେ କହିଛନ୍ତି ଯେ ହିଜାବ ପିନ୍ଧା ଯିବ ନା ନାହିଁ ତାହା ହିନ୍ଦୁତ୍ୱ ସ୍ଥିର କରିବ ନାହିଁ । ଦେଶର ସମ୍ବିଧାନ ସ୍ଥିର କରିବ । ହିଜାବ ନାମରେ ବିଜେପି ଦେଶକୁ ଭାଗ ଭାଗ କରିବା କାମ କରୁଛି । ବିଜେପିର ଦିଶାନିର୍ଦେଶରେ ଭାରତରେ ମୁସଲମାନ ମାନଙ୍କ ଉପରେ ଆକ୍ରମଣ ହେଉଛି । ମଦ୍ରାସା, ମବ ଲିଂଚିଂ, ବକଫ ଓ ହିଜାବ ଭଳି ପ୍ରଶ୍ନକୁ ଉଠା ଯାଉଛି । ମୁସଲମାନ ମାନଙ୍କୁ ଟାର୍ଗେଟ କରିବାକୁ ଏହି ପ୍ରସଙ୍ଗ ଗୁଡିକୁ ଉଠାଯାଉଛି ବୋଲି ସେ କହିଛନ୍ତି । ଉଲ୍ଲେଖନୀୟ ଯେ ଏହି ନେତାଙ୍କ ପାର୍ଟିର ମୁଖ୍ୟ ଅସାଦୁଦ୍ଦିନ ଓବେସୀ ଗୋଲକୁଣ୍ଡା କିଲାରେ କିଛି ଦିନ ତଳେ ଏକ ରାଲୀକୁ ସମ୍ବୋଧିତ କରି କହିଛିଲେ ଯେ ମୁସଲମାନ ଝିଅ ମାନେ ହିଜାବ ପିନ୍ଧିବେ, ଯାହାକୁ ବିକନି ପିନ୍ଧିବାର ଇଚ୍ଛା ଅଛି ସେ ବିକିନି ପିନ୍ଧୁ ।