ଏହି ବିମାନ ଚଳାଉଥିଲେ କ୍ୟାପଟେନ ପ୍ରଭାକର ଘିମିରେ। ଦୁର୍ଘଟଣାରେ ସମସ୍ତେ ମୃତ୍ୟୁବରଣ କରିଥିବା କଥା ଏକରକମ ଧରି ନିଆଗଲା। ଏହି ସମୟରେ ବିମାନବନ୍ଦର କର୍ତ୍ତୃପକ୍ଷ ଶେଷ ପ୍ରୟାସ କଲେ। ସେମାନେ ପ୍ରଭାକରଙ୍କୁ ଫୋନ ଲଗାଇଲେ। ହେଲେ ସେପଟୁ କୌଣସି ଉତ୍ତର ଆସିଲା ନାହିଁ। ଫୋନ୍ ରିଂ ହେଉଥିଲା ସତ, ହେଲେ କେହି ଏହାକୁ ଉଠାଉ ନ ଥିଲେ।
ଯୋଗାଯୋଗ ପାଇଁ ଅନ୍ତିମ ପ୍ରୟାସ ଭାବେ ସେହି ଫୋନର ଲୋକେସନ୍ ଯାଞ୍ଚ ଆରମ୍ଭ ହୋଇଥିଲା। ଯେଉଁଥିରେ ଲାଗିଥିଲେ ନେପାଳ ଯୋଗାଯୋଗ ବିଭାଗୀୟ ଅଧିକାରୀମାନେ। ୬ ଘଣ୍ଟା ବିଳମ୍ବରେ ଦୁର୍ଘଟଣାସ୍ଥଳକୁ ଲୋକେଟ୍ କରାଯାଇଥିଲା। ଲାମଚା ନଦୀ ପାର୍ଶ୍ବବର୍ତ୍ତି ଅଞ୍ଚଳରୁ ବିମାନର ଧ୍ବଂଶାବଶେଷ ମିଳିବା ପରେ ସରକାରୀ ଭାବେ ତଥ୍ୟ ସାମ୍ନାକୁ ଆସିଥିଲା।
ସୌଭା୍ୟ ବିମାନ ଚାଳକଙ୍କ ମୋବାଇଲ ଫୋନଟି ଏତେବଡ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇ ନ ଥିଲା। ନଚେତ୍ ଯେଉଁ ଦୁର୍ଗମ ସ୍ଥାନରେ ବିମାନଟି ଖସିପଡିଥିଲା ତାହାର ଯାଞ୍ଚ ଆଦୌ ସମ୍ଭବପର ହୋଇ ନ ଥାନ୍ତା ବୋଲି କୁହାଯାଉଛି।
ବିମାନରେ ଚାରିଜଣ ଓଡ଼ିଆ, ଦୁଇ ଜଣ ଜର୍ମାନ, ୧୩ ଜଣ ନେପାଳୀ ଯାତ୍ରୀ ଏବଂ ତିନିଜଣ ନେପାଳୀ କ୍ରୁ ସଦସ୍ୟ ଥିଲେ। ନିଖୋଜ ୪ ଜଣ ଓଡ଼ିଆ ହେଲେ ଅଶୋକ ତ୍ରିପାଠୀ ତାଙ୍କ ପୁଅ ଧନୁଷ ତ୍ରିପାଠୀ, ପତ୍ନୀ ରୀତିକା ଓ ଝିଅ ବୈଭବୀ।