ପାକିସ୍ତାନକୁ ଋଣ ପ୍ରଦାନ କରିବାକୁ ଆନ୍ତର୍ଜାତିକ ମୁଦ୍ରା କୋଷ କଥାବାର୍ତା କରୁଛି ହେଲେ ଋଣ ପ୍ରଦାନ କରିବାରେ ବିଳମ୍ବ କରୁଛି । ଏହି ଋଣ ମିଳିବାରେ ବିଳମ୍ବର କାରଣ ସମ୍ପର୍କରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ସଂସଦରେ କହିଛନ୍ତି।
ଶାହବାଜ ଶରିଫ କହିଛନ୍ତି ଯେ ଆନ୍ତର୍ଜାତିକ ମୁଦ୍ରା କୋଷ ବା ଆଇଏମଏଫ ପାକିସ୍ତାନ ସରକାର ଠାରୁ ବେଲ ଆଉଟ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ପ୍ରତ୍ୟେକ ସ୍ତରରେ ଗ୍ୟାରେଂଟି ପ୍ରଦାନ କରିବାକୁ କହୁଛି ।
ପାକିସ୍ତାନର ନ୍ୟାସନାଲ ଆସେମ୍ବଲୀରେ ସେ ନିଜର ଉଦବୋଧନ ଦେବା ବେଳେ କିଭଳି ଆଇଏମଏଫ ପାକିସ୍ତାନକୁ ଗ୍ୟାରେଣ୍ଟିଂ ମାଗୁଛି ସେ ସମ୍ପର୍କରେ ଖୁଲାସା କରିଛନ୍ତି । ଶାହବାଜ ଶରିଫ ପାକିସ୍ତାନର ଏଭଳି ଦୟନୀୟ ଆର୍ଥିକ ସ୍ଥିତି ଓ ଆଇଏମଏଫ ଦ୍ୱାରା ଋଣ ପ୍ରଦାନ କରିବାକୁ ଗ୍ୟାରେଣ୍ଟିଂ ମାଗିବା ପାଇଁ ତାଙ୍କର ପୂର୍ବବର୍ତୀ ସରକାର ମାନଙ୍କୁ ଦାୟୀ କରିବା ସହ ସେମାନଙ୍କୁ ଟାର୍ଗେଟ କରିଛନ୍ତି ।
ପାକିସ୍ତାନୀ ନ୍ୟାସନାଲ ଆସମ୍ବେଲୀରେ ଶାହବାଜ ଶରିଫ କହିଛନ୍ତି ଯେ ପାକିସ୍ତାନର ଗତ ସରକାର ଋଣ ନେବା ବେଳେ ଆଇଏମଏଫ ସହ ଯେଉଁ ଚୁକ୍ତି କରିଥିଲା ତାକୁ ପାଳନ କରି ନ ଥିବା ସହ ଚୁକ୍ତିର ଉଲ୍ଲଂଘନ କରିଥିଲା । ତେଣୁ ବର୍ତମାନ ଆଉ ଆଇଏମଏଫ ପାକିସ୍ତାନ ଉପରେ ବିଶ୍ୱାସ କରୁ ନାହିଁ ଓ ଋଣ ପ୍ରଦାନ କରିବା ବେଳେ ଗ୍ୟାରେଣ୍ଟିଂ ମାଗୁଛି ।
ଅଧିକ ପଢନ୍ତୁ: ଦେଶର ଏଭଳି ସ୍ଥିତି ପାଇଁ ଇମରାନ ଖାନଙ୍କୁ ଦାୟୀ କଲେ ଶେହବାଜ ସରିଫ
ସେ କହିଛନ୍ତି ଯେ ବର୍ତମାନର ତାଙ୍କର ସରକାର ପାକିସ୍ତାନକୁ ବୁଡିବାରୁ ବଂଚାଇବାକୁ 24 ଘଂଟା କାମ କରୁଛି । ପାକିସ୍ତାନ ଯେଭଳି ଡିଫଲ୍ଟର ନ ହେବ ସେଥି ପାଇଁ ତାଙ୍କର ସରକାର ନିରନ୍ତର କାମ କରୁଛି ବୋଲି ସେ ସୂଚନା ଦେଇଛନ୍ତି।
ଗତ କିଛି ଦିନ ତଳେ ଆଇଏମଏଫ ପାକିସ୍ତାନକୁ ସ୍ପଷ୍ଟ ଶବ୍ଦରେ କହିଥିଲା ଯେ ପକିସ୍ତାନକୁ ଋଣ ପ୍ରଦାନ କରିବା ପୂର୍ବରୁ ତାକୁ ସର୍ତ ଗୁଡିକୁ ପାଳନ କରିବାକୁ ପଡିବ । ବିନା ଗ୍ୟାରେଣ୍ଟିଂରେ ପାକିସ୍ତାନକୁ ଆଉ ଋଣ ପ୍ରଦାନ କରାଯାଇ ପାରିବ ନାହିଁ। ସମସ୍ତ ସର୍ତ ପାକିସ୍ତାନ ପୂରଣ କରିବା ପରେ ହିଁ ତାକୁ ଋଣ ପ୍ରଦାନ କରାଯିବ ।
ଅଧିକ ପଢନ୍ତୁ ବିଦେଶ ଖବର...