ଆଉ ମାତ୍ର କିଛି ଦିନ ମଧ୍ୟରେ ପାକିସ୍ତାନବାସୀଙ୍କୁ ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମିଳିବା ମଧ୍ୟ ସ୍ୱପ୍ନ ହୋଇଯିବାର ଆଶଙ୍କା ଦେଖାଦେଇଛି । ଏପରିକି ଶ୍ରୀଲଙ୍କା ଠାରୁ ଆହୁରି ଜଟିଳ ସ୍ଥିତି ସୃଷ୍ଟି ହୋଇଛି ।
ବର୍ତ୍ତମାନ ସୁଦ୍ଧା ପାକିସ୍ତାନର ମୋଟ ବିଦେଶୀ ଋଣ ପରିମାଣ 175 ବିଲିୟନ ଡଲାର ରହିଛି । ଏଥିମଧ୍ୟରୁ ମାସକ ମଧ୍ୟରେ ପାକିସ୍ତାନକୁ 3.9 ବିଲିୟନ ଡଲାର ପରିଶୋଧ କରିବାକୁ ରହିଥିଲା ବେଳେ 3 ମାସ ମଧ୍ୟରେ 4.63 ବିଲିୟନ ଡଲାର ଏବଂ ବର୍ଷିକ ମଧ୍ୟରେ 22 ବିଲିୟନ ଡଲାର ପରିଶୋଧ କରିବାକୁ ପଡିବ।
ଅଧିକ ପଢନ୍ତୁ: ପାକିସ୍ତାନରେ ହୁ ହୁ ହୋଇ ବଢୁଛି ତେଲ ଦର
ଋଣ ପରିଶୋଧ ତ ଦୂରର କଥା ଦେଶବାସୀଙ୍କୁ ଖାଦ୍ୟ ପଦାର୍ଥ ଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ, ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାକୁ ସକ୍ଷମ ହୋଇପାରୁନାହାନ୍ତି ପାକିସ୍ତାନ ସରକାର । ଏକମାତ୍ର ଆଶା ଥିଲା ଆଇଏମଏଫ । ହେଲେ ଆଇଏମଏଫ ଯେଉଁ ସର୍ତ୍ତ ରଖିଥିଲା ପାକିସ୍ତାନ ପାଇଁ ସେହି ସର୍ତ୍ତ ମାନିବା ଆସମ୍ଭବ ହୋଇପଡିଥିଲା । ପାକିସ୍ତାନ ଉପରେ ଆଇଏମଏଫର ଭରସା ନଥିବାରୁ ସର୍ତ୍ତ ନ ମାନିବା ଯାଏଁ ଋଣ ମଞ୍ଜୁର କରିବା ଅସମ୍ଭବ କହି ଏହି ଟିମ୍ ପାକିସ୍ତାନ ଛାଡିଥିଲେ ।
ବିଦେଶ ନ୍ୟୁଜ ଆହୁରି ପଢନ୍ତୁ