ଭାରତରେ ମୁଣ୍ଡପିଛା ବାର୍ଷିକ ନଷ୍ଟ ହେଉଛି 50 କେଜି ଖାଦ୍ୟ ।
ଅର୍ଗସ ବ୍ୟୁରୋ: ବଢିଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ । ଟମ୍ପଙ୍କ ବିରୋଧରେ ସଂସଦର ହାଉସ ଅଫ ରିପ୍ରେଜେଣ୍ଟେଟିଭରେ ମହାଭିଯୋଗ ପ୍ରସ୍ତାବ ଗୃହୀତ ହୋଇଯାଇଛି ।
ଦୀର୍ଘ 10 ଘଣ୍ଟାର ଐତିହାସିକ ବିତର୍କ ପରେ ଭୋଟ ଗ୍ରହଣ ହୋଇଥିଲା ଏବଂ ମହାଭିଯୋଗ ପ୍ରସ୍ତାବ ସପକ୍ଷରେ 231 ଜଣ ସାଂସଦ ଭୋଟ ଦେଇଥିବାବେଳେ ପ୍ରସ୍ତାବ ବିରୋଧରେ 197 ସାଂସଦ ଭୋଟ ଦେଇଥିଲେ ।
କାର୍ଯ୍ୟକାଳ ସରିବା ପରେ ଏଭଳି ମହାଭିଯୋଗର ସମ୍ମୁଖୀନ ହେବାରେ ଟ୍ରମ୍ପ ହେଉଛନ୍ତି ପ୍ରଥମ ରାଷ୍ଟ୍ରପତି । ସଂଖ୍ୟାଗରିଷ୍ଠ ଥିବା ଡେମୋକ୍ରାଟ ଦଳ ପକ୍ଷରୁ ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବକୁ 10 ଜଣ ରିପବ୍ଲିକାନ ସଦସ୍ୟ ମଧ୍ୟ ସମର୍ଥନ କରିବା ଟ୍ରମ୍ପଙ୍କ ଦଳ ପାଇଁ ବଡ଼ ଝଟକା ହୋଇଛି ।
ଟ୍ରମ୍ପଙ୍କ କାର୍ଯ୍ୟ ଦେଶ ବିରୋଧୀ ଏବଂ ସଂସଦ ଭବନ ପରିସରରେ ହୋଇଥିବା ଦଙ୍ଗା ପାଇଁ ଟ୍ରମ୍ପ ହିଁ ସଂପୂର୍ଣ୍ଣ ଦାୟୀ ବୋଲି ଡେମୋକ୍ରାଟ ସାଂସଦମାନେ କହିଥିଲେ