ଆମେ ଏକ ଲୟରେ ଯାହା ଲେଖିଗଲୁ। ଏବଂ ଯାହାକୁ ଆପଣ ପଢିଗଲେ। ତାହା ଆମ ଶତ୍ରୁରାଷ୍ଟ୍ରର ଜଣେ ପୂର୍ବତନ ରାଷ୍ଟ୍ରମୁଖ୍ୟର କଥା। ଆମେ କହୁଛୁ ପାକିସ୍ତାନର ପୂର୍ବତନ ପ୍ରଧାମନ୍ତ୍ରୀ ଇମରାନ୍ ଖାନଙ୍କ କଥା। ଇମରାନଙ୍କୁ ତାଙ୍କ ଲାହୋର ବାସଭବନରୁ ଗିରଫ କରିବା ପାଇଁ ପାକିସ୍ତାନ ପୁଲିସ ପ୍ରୟାସ କରୁଛି। ଏପଟେ ଏଭଳି ଗିରଫଦାରିକୁ ତାଙ୍କ ସମର୍ଥକମାନେ ବିରୋଧ କରୁଛନ୍ତି।
ଏହି ସନ୍ଧିକ୍ଷଣରେ ନିଜ ଟୁଇଟର ହ୍ୟାଣ୍ଡେଲରେ ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି ଇମରାନ୍। ଯାହାର ସାରାଂଶ ଆମେ ଉପରେ ଲେଖିଲୁ।
ଦୁର୍ନୀତି ମାମଲାରେ ଖାନ୍ଙ୍କୁ ଗିରଫ କରିବା ପାଇଁ ପୁଲିସ ଉଦ୍ୟମ କରୁଥିବା ବେଳେ ତାଙ୍କ ସମର୍ଥକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ପୁଲିସ କର୍ମଚାରୀଙ୍କ ଉପରକୁ ସେମାନେ ଟେକା ପଥର ଫିଙ୍ଗିଛନ୍ତି ଯାହାର ଜବାବ ପୁଲିସ ପାଣିମାଡ଼ରେ ଦେଇଛି।
ସୂଚନାଯୋଗ୍ୟ, ଏହି ଭେଟରାନ ରାଜନେତା ତଥା ପୂର୍ବତନ ପ୍ରଧାମନନ୍ତ୍ରୀ ତୋଶାଖାନା ଦୁର୍ନୀତି ମାମଲାରେ ଅଭିଯୁକ୍ତ ଅଛନ୍ତି। ଗତବର୍ଷ ଅକ୍ଟୋବରରେ ପାକିସ୍ତାନ ନିର୍ବାଚନ କମିଶନ ତାଙ୍କୁ ପ୍ରଧାନମନ୍ତ୍ରୀ ଥିବା ସମୟରେ ବେଆଇନ ଭାବେ ବିଦେଶୀ ପ୍ରତିନିଧିଙ୍କ ଉପହାର ବିକ୍ରି କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ।
My message to the nation to stand resolute and fight for Haqeeqi Azadi & rule of law. pic.twitter.com/bgVuOjsmHG — Imran Khan (@ImranKhanPTI) March 14, 2023