ଏମିତି କ୍ଷୋଭ ପ୍ରକାଶ କରିବା ସହ ରେହମ୍ ଏହା ମଧ୍ୟ କହିଛନ୍ତି ଯେ, ସେ ନିଜ ଦେଶରେ ସୁରକ୍ଷିତ ନୁହଁନ୍ତି। ଯଦି ପୁଲିସ୍ ତାଙ୍କ ଅସୁବିଧା ସମ୍ପର୍କରେ ଜାଣିବା ପରେ ମଧ୍ୟ ଏତଲା ରଖୁନି ତା ହେଲେ ଏହା ନିଶ୍ଚିତ ଭାବେ ଏକ ରୁଗ୍ନ ମାନସିକତା।
ସୂଚନାଯୋଗ୍ୟ, ଇମରାନ୍ ୩ଥର ବିବାହ କରିଛନ୍ତି। ରେହମ ହେଉଛନ୍ତି ତାଙ୍କ ୨ୟ ପତ୍ନୀ।

ଏହା କି ପ୍ରକାର ନୂଆ ପାକିସ୍ତାନ, ଏଇଟା ତ ଗୋଟାଏ ଡରୁଆ ଓ ଠକ ଲୋକଙ୍କ ଦେଶ। ମୋ ଗାଡିକୁ ଗୁଳିମାଡ ହେଲା। ମୋର ଷ୍ଟାଫ୍ ପୁଲିସ ଷ୍ଟେସନରେ ଏତଲା ଦାଖଲ ପାଇଁ ଜଗି ରହିଛନ୍ତି। କିନ୍ତୁ ପୁଲିସ୍ ଏତଲା ରଖୁନି।
ରେହମ୍ ଖାନ୍, ପାକ୍ ପ୍ରଧାନମନ୍ତ୍ରୀଙ୍କ ପୂର୍ବପତ୍ନୀ
ଅର୍ଗସ୍ ବ୍ୟୁରୋ : ପାକ୍ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ଗୁଳିମାଡ। ଭଣଜା ବାହାଘରରୁ ଫେରିଲା ବେଳେ ରାସ୍ତାରେ ମଝିରେ ଗୁଳି ମାରିଛନ୍ତି ଦୁର୍ବୃର୍ତ୍ତ। ନେଇ ଯାଇଛନ୍ତି ଗାଡି। ଗତକାଲି ଇସଲାମାବାଦରେ ଭଣଜା ବାହାଘରରେ ଯୋଗ ଦେଇ ଘରକୁ ଫେରୁଥିଲେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ପୂର୍ବତନ ପତ୍ନୀ ରେହମ୍ ଖାନ। ଆଉ ମଝି ରାସ୍ତାରେ ତାଙ୍କ ଗାଡିକୁ ଗୁଳିମାଡ ହୋଇଥିବା ସେ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ‘ମୋ କାର ଉପରକୁ ଆକ୍ରମଣ ହୋଇଛି। ଘରକୁ ଫେରୁଥିଲା ବେଳେ, ମଟରସାଇକେଲରେ ଆସିଥିବା ଦୁଇଜଣ ଲୋକ ମୋ କାର୍ ଉପରେ ଗୁଳି ଚଳାଇଲେ। ମୁଁ ବହୁକଷ୍ଟରେ ଅନ୍ୟ ଗାଡିରେ ଘରକୁ ଫେରିଥିଲି। ମୋ ଗାଡିରେ ଡ୍ରାଇଭର୍ ଓ ସିକ୍ୟୁରିଟି ଗାର୍ଡ ରହିଗଲେ।’
