ଯେଉଁ ବ୍ୟାଟରଙ୍କ ଉପରେ ଦଳ ଅଧିକ ନିର୍ଭର କରିବ ବୋଲି ଭାବୁଥିଲା, ସେମାନଙ୍କ ପରିବର୍ତ୍ତେ ଅନ୍ୟମାନେ ଦଳକୁ ରନ୍ ଯୋଗାଇଥିଲେ । ନାଗପୁରରେ ଅକ୍ଷର ପଟେଲଙ୍କ ବଲ୍ରେ ଗ୍ଲେନ୍ ମ୍ୟାକ୍ସୱେଲ ଓ ଟିମ୍ ଡେଭିଡ୍ ଆଉଟ ହେବା ପରେ ମାଥ୍ୟୁ ୱେଦ୍ ଓ ଆରୋନ୍ ଫିଞ୍ଚଙ୍କ ବ୍ୟାଟ୍ରୁ ଭଲ ରନ୍ ବାହାରିଥିଲା । ଆଦାମ୍ ଜାମ୍ପା ମଧ୍ୟ ଉପଯୋଗୀ ବୋଲିଂ କରିଥିଲେ। କିନ୍ତୁ ଶେଷ ମ୍ୟାଚ୍ ପାଇଁ ଦଳ ସମ୍ମୁଖରେ ଆହତ ସମସ୍ୟା ବି ଉଭା ହୋଇଛି । ନାଥନ ଏଲିସ୍ ଆହତ ଯୋଗୁଁ ନାଗପୁରରେ ଖେଳିପାରିନଥିଲା ବେଳେ କେନ୍ ରିଚାର୍ଡସନ୍ ସମାନ ସମସ୍ୟା ଯୋଗୁଁ ଶେଷ ମ୍ୟାଚ୍ ଖେଳିବେନି । ଅନ୍ୟପକ୍ଷରେ ମିଚେଲ୍ ଷ୍ଟାର୍କଙ୍କ ଅନୁପସ୍ଥିତିରେ ଜୋସ ହାଜେଲଉଡ୍ ଓ ପ୍ୟାଟ୍ କମିନ୍ସଙ୍କ ଉପରେ ଡେଥ୍ ଓଭର ବୋଲିଂ କରାଇବାକୁ ଦଳ ବିଶ୍ବାସ ଜମାଇପାରୁନାହିଁ । ଜୋସ୍ ଇଙ୍ଗଲିସ୍ ଯଦି ସୁସ୍ଥ ହୁଅନ୍ତି ତାହେଲେ ସିନ୍ ଆବୋଟ୍ ଓ ଡାନିଏଲ୍ ସାମ୍ସଙ୍କ ମଧ୍ୟରୁ ଜଣଙ୍କୁ ବାହାରେ ବସିବାକୁ ପଡ଼ିପାରେ ଏବଂ ତାଙ୍କୁ ମଧ୍ୟକ୍ରମରେ ଖେଳିବାକୁ ସୁଯୋଗ ରହିବ।
ଭାରତ : ରୋହିତ ଶର୍ମା(ଅଧିନାୟକ), କେ ଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ହର୍ଷଲ ପଟେଲ, ଭୁବନେଶ୍ୱର କୁମାର, ଜଶପ୍ରୀତ ବୁମରା, ୟୁଝବେନ୍ଦ୍ର ଚହଲ/ଆର ଅଶ୍ୱିନ ।
ଅଷ୍ଟ୍ରେଲିଆ : ଆରୋନ ଫିଞ୍ଚ(ଅଧିନାୟକ), କାମେରନ ଗ୍ରୀନ, ଷ୍ଟିଭେନ ସ୍ମିଥ୍, ଗ୍ଲେନ ମ୍ୟାକ୍ସୱେଲ୍, ଜୋସ ଇଂଲିଶ, ଟିମ ଡେଭିଡ୍, ମାଥ୍ୟୁ ୱେଡ୍, ପ୍ୟାଟ୍ କମିନ୍ସ, ନାଥାନ ଏଲିସ୍/ଡାନିଏଲ୍ ସାମ୍ସ, ଆଡାମ ଜାମ୍ପା, ଜୋସ ହାଜେଲଉଡ୍ ।