ଏହି ଡକ୍ୟୁମେଣ୍ଟରେ କିପରି ଭାରତ ସହ ରଣନୈତିକ ସମ୍ପର୍କରେ ଅଧିକ ଉନ୍ନତି ଅଣାଯାଇ ପାରିବ ସେ ନେଇ ଜୋର ଦିଆଯାଇଛି । ନୂଆ ବାଣିଜ୍ୟ ରାଜିନାମା, ଇଣ୍ଡୋ-ପାସିଫିକ୍ ଅଂଚଳରେ ଭାରତର ପ୍ରଭାବ ବୃଦ୍ଧି ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ବାବଦରେ ଡକ୍ୟୁମେଣ୍ଟରେ ଉଲ୍ଲେଖ କରାଯାଇଛି । ଭାରତୀୟଙ୍କ ପାଇଁ ଭିସା ନିୟମକୁ କିପରି ଅଧିକ କୋହଳ କରାଯାଇ ପାରିବ ସେ ଦିଗରେ ମଧ୍ୟ କାମ କରୁଛି କାନାଡ଼ା ।
ଭାରତ ସହ ସମ୍ପର୍କ ଅଧିକ ଦୃଢ଼ କରିବ କାନାଡ଼ା

ଅର୍ଗସ ବ୍ୟୁରୋ : ଭାରତ ସହ ସମ୍ପର୍କ ଅଧିକ ଦୃଢ଼ କରିବ କାନାଡ଼ା । ଏହାସହ ଚୀନକୁ ବିଶ୍ବ ସମୁଦାୟ ପାଇଁ ଏକ ଦୁଷ୍ଟ ଶକ୍ତି ବୋଲି କାନାଡ଼ା ତରଫରୁ ସରକାରୀ ଭାବରେ କୁହାଯାଇଛି । ତେବେ ଭାରତ ସହ ସମ୍ପର୍କ ଅଧିକ ଦୃଢ଼ ପାଇଁ କାନାଡ଼ା ପ୍ରସ୍ତୁତ କରିଛି ଏକ ନୂଆ ଇଣ୍ଡୋ-ପାସିଫିକ୍ ଷ୍ଟ୍ରାଟେଜି ଡକ୍ୟୁମେଣ୍ଟ୍ ।
Download Argus News App
