ଅଟୋ ଡ୍ରାଇଭରଙ୍କ ମହାନତା
ଅର୍ଗସ ବ୍ୟୁରୋ: ଶେଷରେ ଡ୍ରାଗନ ମାନିଲା ସତ । ଗଲୱାନରେ ମରିଛନ୍ତି 4 ଚୀନ ସେନା । ପ୍ରଥମଥର ପାଇଁ ଏ କଥାକୁ ମାନିଛି ଚୀନ ପ୍ରଶାସନ । ଗତବର୍ଷ ହୋଇଥିବା ଏହି ସଂଘର୍ଷକୁ ମନା କରିଆସୁଥିଲା ଚୀନ । କିନ୍ତୁ ଏବେ ନିଜ ମୁହଁରେ ସତ ମାନିଛି । ତେବେ ରୁଷିଆ ସମାଚାର ଏଜେନ୍ସି ପକ୍ଷରୁ କୁହାଯାଉଛି, ଗତବର୍ଷର ସଂଘର୍ଷରେ ଚୀନର 45 ଜଣ ସୈନିକଙ୍କର ମୃତ୍ୟୁ ହୋଇଛି ।
ଗଣମାଧ୍ୟମରେ ମୃତ୍ୟୁବରଣ କରିଥିବା ଚୀନୀ ସେନାଙ୍କ ନାଁ ମଧ୍ୟ ପ୍ରକାଶ ପାଇଛି । PEOPLES’S DAILY CHINA ପକ୍ଷରୁ ଟ୍ବିଟ କରି ଏ କଥା କୁହାଯାଇଛି । ଯାହା ସ୍ପଷ୍ଟ କରୁଛି ଯେ ଚୀନ ସବୁ ଜାଣିବି ସାରା ବିଶ୍ବଠୁ ସତ ଲୁଚାଉଥିଲା । ଏବେ ସତକୁ ସାମ୍ନାକୁ ଆସିବା ପରେ ଚୀନର ଚାଲାକି ପଦାରେ ପଡ଼ିଛି । ସବୁଠି ବଡ଼ କଥା ହେଉଛି ବାରମ୍ବାର ଭାରତ ଦାବି କରୁଥିଲେ ବି ଚୀନ ଏ କଥାକୁ ଅସ୍ବୀକାର କରୁଥିଲା ।