ଟି-୨୦ ବିଶ୍ୱକପ ୨୦୨୨ରେ ପରାଜୟ ପରେ ଦୋହଲିଯାଇଛି ଭାରତୀୟ କ୍ରିକେଟର ମୂଳଦୁଆ । ଟୁର୍ଣ୍ଣାମେଣ୍ଟରେ ବିଫଳତା ପରେ ଟି-୨୦ ଫର୍ମାଟରେ ଆମୂଳ ଚୂଳ ପରିବର୍ତ୍ତନ ପାଇଁ ଦାବି ଜୋର ଧରିଛି । କ୍ୟାପଟେନଠାରୁ ଆରମ୍ଭ କରି ଓପନର, ଏପରିକି ଖେଳିବାର ତରିକାରେ ପରିବର୍ତ୍ତନ ଲାଗି ଦାବି ହେଉଛି । ହାର୍ଦ୍ଦିକଙ୍କ ଏହି ଡିସିସନ ଏବେ ଟିମ୍ ଉପରେ ପଡିବାକୁ ଯାଉଛି ଭାରି । କାରଣ ନିୟମିତ ଭାବେ ବିରାଟ କୋହଲି ନମ୍ୱର-୩ରେ ଆସିଥାନ୍ତି । ଯଦି ଟିମ୍ରେ ବିରାଟ ପରିବର୍ତ୍ତନ କରନ୍ତି ତେବେ ୩ ନମ୍ୱରରେ କିଏ ଖେଳିବେ ସୂର୍ଯ୍ୟକୁମାର ଯାଦବ ନା କୋହଲି ସେନେଇ ଉପୁଜିଛି ଦ୍ୱନ୍ଦ୍ୱ ।
୩ ନମ୍ୱରରେ କିଏ ଖେଳିବେ ସୂର୍ଯ୍ୟକୁମାର ଯାଦବ ନା କୋହଲି ?

ଅର୍ଗସ ବ୍ୟୁରୋ : ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ଗସ୍ତ କରିଛି । ରବିବାର ନ୍ୟୁଜିଲାଣ୍ଡର ବେ ଓଭାଲରେ ଖେଳାଯାଉଥିଲା ଦ୍ବିତୀୟ ଟି-୨୦ରେ ଭାରତ ବଡ଼ ବିଜୟ ହୋଇଛି । ୬୫ରନରେ ଜିତିଥିଲା ଟିମ୍ ଇଣ୍ଡିଆ । ୧୮.୫ ଓଭରରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି ହାର୍ଦ୍ଦିକ ବାହିନୀ । ଆସନ୍ତା କାଲି ମାକ୍ଲେନ୍ ପାର୍କରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ତୃତୀୟ ଟି-୨୦ । ଏୟା ଭିତରେ ଭାରତୀୟ ଦଳରେ ଦେଖାଦେଲାଣି ବିବାଦ ।
Download Argus News App
