ଅନେକ ପ୍ରସଙ୍ଗରେ ପାକିସ୍ତାନ ସହ ମିଶି ଭାରତ ବିରୋଧରେ ବିଷ ଉଗାରିଛି । କିନ୍ତୁ ଆଜି ଏହି ଅସମୟରେ ତୁର୍କୀର ବିପଦର ବନ୍ଧୁ ସାଜିଛି ଭାରତ । ଆଜି ପୁଣି ଥରେ ବିଶ୍ବକୁ ମିଳିଛି ଭାରତର ବସୁଧୈବ କୁଟୁମ୍ବକମ୍ ଭାବନାର ପ୍ରମାଣ । ଏଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ତୁର୍କୀକୁ ସହାୟତାର ହାତ ବଢ଼ାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନଡିଆରଏଫ ଟିମ୍ ସହ ସ୍ବତନ୍ତ୍ର ତାଲିମପ୍ରାପ୍ତ ଡଗସ୍କାର୍ଡ , ଡାକ୍ତରୀ ଦଳ, ମେଡିକାଲ ଓ ରିଲିଫ ସାମଗ୍ରୀ ପଠାଇଛି ଭାରତ । ଭାବପ୍ରବଣ ହେବା ସହ ଏହି କଷ୍ଟ ସମୟରେ ଭାରତ ତୁର୍କୀକୁ ଯଥା ସମ୍ଭବ ସହାୟତା କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ତେବେ ଯେଉଁ ପାକିସ୍ତାନକୁ ଏତେ ସମର୍ଥନ ଦେଉଥିଲା ତୁର୍କୀ ଆଜି ଏହି ଅସମୟରେ ତାର ପ୍ରକୃତ ଚେହେରା ପଦାରେ ପଡ଼ିଛି । ତୁର୍କୀକୁ ଚିକିତ୍ସା ସହାୟତା ନେଇ ଯାଉଥିବା ଏନଡିଆରଏଫ ଟିମକୁ ଏୟାରସ୍ପେସ୍ ଦେଇ ନଥିଲା ପାକିସ୍ତାନ । ଭାରତର ସାହାଯ୍ୟ ଉଦ୍ୟମ ବେଳେ ପାକିସ୍ତାନର ଏଭଳି କାର୍ଯ୍ୟ ତାର ଅସଲ ଚେହେରାକୁ ପଦାରେ ପକାଇଛି । ବୋଧ ହୁଏ ଏହି ଘଟଣା ପରେ ପାକିସ୍ତାନକୁ ଠିକ୍ ଚିହ୍ନି ପାରିଥିବେ ତୁର୍କୀ ଜନସାଧାରଣ । କିଏ ବିପଦ ବେଳର ପ୍ରକୃତ ବନ୍ଧୁ ତାହା ଠିକ୍ ବୁଝିପାରିଥିବ ତୁର୍କୀ । ସେପଟେ ଭାରତର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ତୁର୍କୀ ରାଷ୍ଟ୍ରଦୂତଙ୍କୁ ଭେଟି ପରିସ୍ଥିତି ବିଷୟରେ ଆଲୋଚନା କରିଛନ୍ତି । ଏହି ସମୟରେ ଭାରତକୁ ବିପଦ ବେଳର ବନ୍ଧୁ ବୋଲି କହିଛନ୍ତି ତୁର୍କୀ ରାଷ୍ଟ୍ରଦୂତ ।
ସବୁ ବେଳେ ଭାରତ ବିରୋଧରେ ପାକିସ୍ତାନକୁ ସମର୍ଥନ କରୁଥିବା ଦେଶକୁ ଆଜି ସଞ୍ଜିବନୀ ପଠାଇଛି ଭାରତ । ଭାରତ ଯେ ବିଶ୍ବକୁ ଗୋଟିଏ ପରିବାର ଭଳି ଦେଖେ ପୁଣି ଥରେ ତାହାର ପ୍ରମାଣ ପାଇଛନ୍ତି ବିଶ୍ବବାସୀ ।
ଅଧିକ ଭାରତ ନ୍ୟୂଜ଼ ପଢନ୍ତୁ