ହେନଲେ ଆଣ୍ଡ ପାର୍ଟନର୍ସର ସର୍ଭେ ରିପୋର୍ଟ ମୁ୍ତାବକ ୨୦୨୨ ରେ ଭାରତରୁ ୮ ହଜାର କୋଟିପତି ଦେଶଛାଡି ବିଦେଶ ପଳାଇଯାଇଛନ୍ତି । କୋଟିପତି ପଳାୟନ ତାଲିକାରେ ଭାରତର ସ୍ଥାନ ତୃତୀୟ। ଏହା ପୂର୍ବରୁ ବିଭିନ୍ନ କାରଣରୁ ଋଷ ଓ ଚୀନରୁ କୋଟିପତି ପଳାୟନ କରିଥିବା ତଥ୍ୟ ହସ୍ତଗତ ହୋଇଥିଲା।
ତାଲିକାର ପ୍ରଥମ ସ୍ଥାନରେ ରହିଛି ଋଷ। ଏଠାରୁ ପାଖାପାଖି ୧୫ ହଜାର କୋଟିପତି ଦେଶ ଛାଡି ବିଦେଶ ପଳାଇଥିବା ବେଳେ ତାଲିକାର ୨ୟ ସ୍ଥାନରେ ରହିଛି ଚୀନ। ଏଠାରୁ ୧୦ ହଜାର କୋଟିପତି ଦେଶଛାଡି ପଳାଇଛନ୍ତି। ଆଉ ସମସ୍ତଙ୍କୁ ଆଶ୍ରୟ ଦେଇଛି ୟୁଏଇ, ସିଂଗାପୁର, ଓ ଅଷ୍ଟ୍ରେଲିଆ । ଯଦି ଏହି କ୍ରମ ଲାଗିରୁହେ, ତେବେ ଭାରତ କୋଟିପତି ଶୂନ୍ୟ ହେବ ବୋଲି ଚର୍ଚ୍ଚା ହେଉଛି।
ବିଦେଶ ଖବର ଆହୁରି ପଢନ୍ତୁ ।