ତେଣୁ ଚୀନକୁ ସମ୍ପୂର୍ଣ୍ଣ ହେୟଜ୍ଞାନ କରିହେବ ନାହିଁ। ତେଣୁ ଏହାର ସମାନ୍ତରାଳ ଭାବେ ଭାରତକୁ ଅଗ୍ରାଧିକାର ଦେଲେ ବିଶ୍ୱ ଅଧିକ ଲାଭାନ୍ୱିତ ହେବ। ଏଥିପାଇଁ ଆଗାମୀ ଆଇପିଇଏଫ ବୈଠକକୁ ଚୀନକୁ ଆହ୍ୱାନ କରାଯାଇନାହିଁ।ବୈଶ୍ୱିକ ବ୍ୟାପାରରେ ଆମଦାନୀ ଓ ରପ୍ତାନିରେ ଚୀନର ଭାଗୀଦାରୀ ପ୍ରାୟ ୧୨ ପ୍ରତିଶତରୁ ଅଧିକ ରହିଛି। ତେଣୁ ଚୀନ୍ ଉପରେ ନିର୍ଭରତା ଜାରି ରହିବ। ତେବେ ଏହି ନିର୍ଭରତା କିପରି କମ୍ କରିହେବ ସେ ନେଇ ବିକଶିତ ଦେଶଗୁଡିକ ଚିନ୍ତା କରୁଛନ୍ତି। ନିକଟରେ ଅଷ୍ଟ୍ରେଲିଆ ମୁକ୍ତ ବାଣିଜ୍ୟ ଚୁକ୍ତିରେ ସ୍ୱାକ୍ଷର କରିବା ପରେ ଦେଶର ବାଣିଜ୍ୟ ମନ୍ତ୍ରୀ ଚୀନକୁ ଦେଖାଇ କହିଥିଲେ ଯେ, ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ କୌଣସି ଗୋଟିଏ ଦେଶର ସ୍ୱେଚ୍ଛାଚାରିତାକୁ ପ୍ରଶ୍ରୟ ଦିଆଯିବନି। ଜାପାନ ଓ ଦକ୍ଷିଣ କୋରିଆ ମଧ୍ୟ ବାଣିଜ୍ୟ ପାଇଁ ଚୀନଠାରୁ ଭାରତକୁ ଅଧିକ ମହତ୍ତ୍ୱ ଦେଉଛନ୍ତି।
ଆମେରିକା ଓ ଚୀନ୍ ମଧ୍ୟରେ ଚାଲିଥିବା ବ୍ୟାପାର ଯୁଦ୍ଧରୁ ଭାରତକୁ ଫାଇଦା ମିଳିଛି। ଆମେରିକାର ଖ୍ୟାତନାମା ଫୋନ କମ୍ପାନୀ ଏପ୍ଲସ୍ ଏବେ ଚୀନରୁ ନିଜ ବେପାର ହ୍ରାସ କରିବାରେ ଲାଗିଛି। ଏବେ ତାଇଓ୍ୱାନକୁ ନେଇ ଚୀନ୍ ଓ ଆମେରିକା ଯେପରି ଛକାପଞ୍ଝା ଚଳାଇଛନ୍ତି ଏହାର ଫାଇଦା ଭାରତ ଉଠାଇବା ଆବଶ୍ୟକ। ବାଣିଜ୍ୟ ମନ୍ତ୍ରଣାଳୟର ସୂଚନାନୁଯାୟୀ, ଭାରତ ‘ଇଣ୍ଡୋ ପାସିଫିକ୍’ ଅଞ୍ଚଳରେ ମୁକ୍ତ ଓ ଅବାଧ ବ୍ୟବସାୟକୁ ସମର୍ଥନ ଜଣାଇ ଆସୁଛି।
ଭାରତର ଉନ୍ମୁକ୍ତ ଓ ନିରପେକ୍ଷ ବ୍ୟାପାର ନୀତିକୁ ଦେଖି କେତେକ ଦେଶ ମୁକ୍ତ ବ୍ୟାପାର ଚୁକ୍ତିରେ ସ୍ୱାକ୍ଷର କରିବାକୁ ଯାଉଛନ୍ତି। ବୈଶ୍ୱିକ ବ୍ୟାପାରରେ ଭାରତର ଅଂଶ ଏବେ ମାତ୍ର ୨ ପ୍ରତିଶତ। ତେବେ ଡିଜିଟାଲ ଦୁନିଆରେ ଭାରତ ବିକଶିତ ଦେଶମାନଙ୍କୁ ପଛରେ ପକାଇଛି। ସ୍ୱଚ୍ଛ ଅର୍ଥ ବ୍ୟବସ୍ଥା ସ୍ଥାପନ ପାଇଁ ଭାରତ କ୍ରମାଗତ ସ୍ୱଚ୍ଛ ଶକ୍ତି ଉପରେ ଧ୍ୟାନ ଦେଇ ଆସୁଛି। ସମଗ୍ର ଦେଶ ଚୀନର ବିକଳ୍ପ ଭାବେ ଭାରତକୁ ଯଦି ଗ୍ରହଣ କରନ୍ତି ତେବେ ଆଗାମୀ ଦଶନ୍ଧି ମଧ୍ୟରେ ବିଶ୍ୱର ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିବ।
ବିଦେଶ ଖବର ଆହୁରି ପଢନ୍ତୁ ।