ନିକଟରେ ରୁଷ ରାଷ୍ଟ୍ରପତି ପୁଟିନ ନିଜ ଅଭିଭାଷଣରେ କହିଥିଲେ ଯେ, ୟୁକ୍ରେନ ସୁରକ୍ଷା ବାହିନୀ ଖାରକିଭରେ ଥିବା ଏକ ରେଳ ଷ୍ଟେସନରେ ଏକ ଦିନରୁ ଅଧିକ ସମୟ ଧରି ୩୧୭୯ ଭାରତୀୟ ନାଗରିକଙ୍କୁ ବନ୍ଧକ ରଖିଥିଲେ। ଏଠାରେ ଚାଇନା ନାଗରିକମାନଙ୍କୁ ମଧ୍ୟ ବନ୍ଧକ ରଖାଯାଇଥିଲା ବୋଲି ପୁତିନ ଭିଡିଓ ବାର୍ତ୍ତାରେ କହିଥିଲେ। କିନ୍ତୁ ଭାରତ ସରକାର ବନ୍ଧକ ଘଟଣାକୁ ଅସ୍ବୀକାର କରିଛନ୍ତି।
ଏପଟେ ରୁଷର ଜାତୀୟ ପ୍ରତୀରକ୍ଷା କେନ୍ଦ୍ର ସୂଚନା ଦେଇ କହିଛି ଯେ, ୧୩୦ଟି ରୁଷୀୟ ବସ୍ ଏବେ ୟୁକ୍ରେନରୁ ବିଦେଶୀ ନାଗରୀକଙ୍କୁ ସ୍ଥାନାନ୍ତରଣ କାର୍ଯ୍ୟରେ ନିୟୋଜିତ ହେବାକୁ ପ୍ରସ୍ତୁତ। ଏହି ବସଗୁଡିକରେ ୟୁକ୍ରେନର ଖାରକିଭ ଓ ସୁମିରେ ଫଶିଥିବା ଭାରତୀୟଙ୍କ ସହ ଅନ୍ୟ ବିଦେଶୀ ନାଗରିକମାନଙ୍କୁ ସ୍ଥାନାନ୍ତର କରାଯିବ। ଏହି ବସଗୁଡିକରେ ଉଦ୍ଧାର ଛାତ୍ରୀଛାତ୍ରଙ୍କୁ ରୁଷର ବେଲଗ୍ରେଡକୁ ନିଆଯିବ।
ଯୁଦ୍ଧର ବିଭିଷୀକାରେ ଥରୁଛି ପୂରା ୟୁକ୍ରେନ। ଏଣୁ ଏଠାରେ ଫଶିଥିବା ବିଦେଶୀମାନଙ୍କ ହାଲ ବେହାଲ ହେଲାଣି। ଆମ ସରକାର ଭାରତୀୟ ନାଗରୀକଙ୍କୁ ଉଦ୍ଧାର କରିବାକୁ ତ୍ବରୀତ ପଦକ୍ଷେପ ଅପରେଶନ ଗଙ୍ଗା ଆରମ୍ଭ କରିଛନ୍ତି।