⚡️⚡️Another Most Wanted LeT terrorist Qaiser Farooq gunned down by "unknown men" in Karachi, Pakistan.
Mufti Qaiser Farooq was one of the founding members of Lashkar-e-Tayyeba and a close associate of Global Terrorist Hafiz Saeed. pic.twitter.com/c4karhjsW5 — Megh Updates 🚨™ (@MeghUpdates) September 30, 2023
କ୍ଵାସିର ଫାରୁକ । ଭାରତର ଥିଲା ମୋଷ୍ଟ ୱାଣ୍ଟେଡ । ତାକୁ ଧରିବାକୁ ସ୍ଵତନ୍ତ୍ର ରଣନୀତି କରିଥିଲା ଭାରତ । ହେଲେ ଏବେ ସୋସିଆଲ ମିଡିଆରେ ତାର ମୃତ୍ୟୁ ସମୟର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ଟ୍ଵିଟର ଅର୍ଥାତ୍ ଏକ୍ସରେ ଭାଇରାଲ ହେଉଥିବା ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି କି, ଲସ୍କର-ଇ ତୋଇବା ଆତଙ୍କୀ କ୍ଵାସିର ଫାରୁକ ପାକିସ୍ତାନର କରାଚୀରେ ଏକ ରାସ୍ତାରେ ଯାଉଥିବା ବେଳେ ହଠାତ୍ ଗୁଳିମାଡ କରାଯାଇଥିଲା । ତାକୁ ବଂଚାଇବାକୁ ତାର ସହକର୍ମୀମାନେ ଚେଷ୍ଟା କରିଥିଲେ । ହେଲେ ବଂଚାଇପାରିନଥିଲେ । କିନ୍ତୁ ଟ୍ଵିଷ୍ଟର କଥା ହେଉଛି ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ କି କ୍ଵାସିର ଫାରୁକ କି ନୁହେଁ ।UPDATED LIST of Unknown assailants in Action.
- Zahoor Mistry - IC-814 hijacker (Shot dead in Karachi)
- Ripudaman singh malik 1985 Air India bombing (Shot dead in surrey)
- Mohammad Laal - ISI Operator (shot dead in Nepal on 19 Sep 2022)
- Harvinder Singh Sandhu - 2021 RPG… — Megh Updates 🚨™ (@MeghUpdates) October 1, 2023
ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି କି, ହଠାତ୍ ଫାଇରିଂ ହେବା ପରେ ସେଠାରେ ଉପସ୍ଥିତ ଥିବା ଲୋକମାନେ କ୍ଵାସିରଙ୍କୁ କଭର କରିବା ପାଇଁ ଛିନ୍ନଛତ୍ର ହୋଇ ଦୌଡିଥିଲେ । ହେଲେ କ୍ଵାସିର ଫାରୁକ୍ ତଳେ ପଡ଼ିଯାଇଥିଲା । ପାକିସ୍ତାନର ଖବରକାଗଜ ଡନ୍ର ରିପୋର୍ଟ ଅନୁସାରେ, କ୍ଵାସିରକୁ କରାଚୀରେ ଗୁଳି ମରାଯାଇଥିବା ସୂଚନା ମିଳୁଛି । ହେଲେ ବର୍ତ୍ତମାନ ସୁଦ୍ଧା ତାହା ସ୍ପଷ୍ଟ ହୋଇନାହିଁ କି ସେ କ୍ଵାସିର କି ନୁହେଁ । ହେଲେ ପ୍ରାଥମିକ ସୂଚନା ଅନୁସାରେ ସେ କ୍ଵାସିର ବୋଲି ଡନ୍ ନିଜ ରିପୋର୍ଟରେ ସ୍ପଷ୍ଟ କରିଛି ।
କେବଳ ଏତିକି ନୁହେଁ ଡନ୍ର ସୂଚନା ଅନୁସାରେ, କ୍ଵାସିରକୁ ଟାର୍ଗେଟ୍ କରାଯାଇଥିଲା । ଆଉ ଲକ୍ଷ୍ୟ ଭେଦ କରିଥିଲା ଗୁଳି । ଆଉ ରାସ୍ତା ଉପରେ ହିଁ ଟଳିପଡିଥିଲା କ୍ଵାସିର । ହେଲେ ବର୍ତ୍ତମାନ ସେ କେଉଁଠାରେ ଅଛି ? ଯଦି ତାର ମୃତ୍ୟୁ ହୋଇଛି ତେବେ ଶବ କୁଆଡେ ଗଲା ? କିଛି ଏମିତି ପ୍ରଶ୍ନ ଉଙ୍କି ମାରୁଥିବା ବେଳେ କ୍ଵାସିରର ମୃତ୍ୟୁଖବରକୁ ନେଇ ଏବେ ଅନ୍ତର୍ଜାତୀଯ ଗଣମାଧ୍ୟମରେ ଜୋର ଧରିଛି ଚର୍ଚ୍ଚା।
ଅଧିକ ପଢ଼ନ୍ତୁ ବିଦେଶ ଖବର
The "unknown men" in action pic.twitter.com/924EdYVPRw — Megh Updates 🚨™ (@MeghUpdates) September 30, 2023