ଭାରତରେ ମୁଣ୍ଡପିଛା ବାର୍ଷିକ ନଷ୍ଟ ହେଉଛି 50 କେଜି ଖାଦ୍ୟ ।
ଅର୍ଗସ ବ୍ୟୁରୋ : ଇଣ୍ଡୋନେସିଆର ରାଜଧାନୀ ଜାକର୍ତାରୁ ଉଡାଣ ଭରିଥିବା ଏକ ଯାତ୍ରୀବାହୀ ବିମାନ ନିଖୋଜ ହୋଇଯାଇଛି। ଏହି ବିମାନରେ 50ରୁ ଅଧିକ ଯାତ୍ରୀ ସବାର ଥିଲେ। ସମ୍ପର୍କ ବିଚ୍ଛିନ୍ନ ହେବା ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି।
ସୂଚନାନୁଯାୟୀ, ଜାକର୍ତାରୁ ୱେଷ୍ଟ କଲିମନତନ ପ୍ରାନ୍ତ ରାସ୍ତାରେ ଶ୍ରୀୱିଜା ଏୟାର ବୋଇଙ୍ଗ 737 ସହ ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା। ଏହାପରେ ବିମାନଟି ନିଖୋଜ ହୋଇଯାଇଛି। ଫ୍ଲାଇଟ ଟ୍ରାକ୍ କରୁଥିବା ଏକ ୱେବସାଇଟ୍ ମୁତାବକ ଏହି ପ୍ଲେନ୍ ଏକ ମିନିଟରୁ କମ୍ ସମୟ ମଧ୍ୟରେ ଦସ ହଜାର ଫୁଟ ତଳକୁ ଆସିଥିଲା। ସେହିପରି ପରିବହନ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ବିମାନର ସନ୍ଧାନ କରିବା ପାଇଁ ଉଦ୍ଧାରକାରୀ ଦଳମାନଙ୍କୁ ସଜାଗ କରାଯାଇଛି।