ରାଷ୍ଟ୍ରପତି ଭବନରେ ଯୋଗାଭ୍ୟାସ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। କହିଥିଲେ, ଯୋଗ ମାନସ ସଭ୍ୟତା ପାଇଁ ଉପହାର। ଯାହା ଭାରତର ପ୍ରାଚୀନ ସଭ୍ୟତାର ନିଦର୍ଶନ। ଯୋଗ, ମନ, ଶରୀର ଓ ଆତ୍ମାକୁ ସନ୍ତୁଳିତ କରିଥାଏ ।
ଦେଶରେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଦେଶରେ ସାଂସ୍କୃତିକ ମହତ୍ତ୍ବ ବହନ କରୁଥିବା ୭୫ଟି ସ୍ଥାନରେ ମୋଦି ସରକାରଙ୍କ ୭୫ ମନ୍ତ୍ରୀ ସାମୁହିକ ଯୋଗାଭ୍ୟାସରେ ସାମିଲ ହୋଇଥିଲେ । ଦିଲ୍ଲୀର ପୁରାନା କିଲ୍ଲାରେ ସାମୁହିକ ଯୋଗାଭ୍ୟାସ କରିଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର । ନୋଏଡା ଷ୍ଟାଡିୟମରେ ଶତାଧିକ ଲୋକଙ୍କ ସହ ଯୋଗାଭ୍ୟାସ କରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟ ଜେ. ପି ନଡ୍ଡା । ହିମାଚଳ ପ୍ରଦେଶର ଐତିହାସିକ କାଙ୍ଗରା ଦୁର୍ଗରେ ଯୋଗ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୪୦୦ ଛାତ୍ରଛାତ୍ରୀଙ୍କ ସହ ଅନେକ ପଦାଧିକାରୀଙ୍କ ସହ ଯୋଗ କରିଥିଲେ ଧର୍ମେନ୍ଦ୍ର । କହିଥିଲେ, ଯୋଗ ହେଉଛି, ଶରୀର, ମନ ଓ ଆତ୍ମାର ସନ୍ତୁଳନ । ଯାହାକୁ ଜାତୀୟ ଶିକ୍ଷାନୀତିରେ ଯୋଗକୁ ଗୁରୁତ୍ବ ଦିଆଯାଇଛି । ଏବଂ ଏହାକୁ ଦ୍ବାଦଶ ଶ୍ରେଣୀର ସିଲାବସରେ ମଧ୍ୟ ସାମିଲ୍ କରାଯାଇଛି । ଦିଲ୍ଲୀ ଯନ୍ତରମନ୍ତରରେ ସାଧାରଣ ଲୋକଙ୍କ ସହ ମିଶି ଯୋଗ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଉତ୍ତରପ୍ରଦେଶ ଫତେପୁର ସିକ୍ରିର ପଞ୍ଚମହଲରେ ଯୋଗାଭ୍ୟାସ କରିଥିଲେ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବ୍ବାସ ନକଭି । ଐତିହାସିକ ଗୋଆଲିୟର ଦୁର୍ଗରେ ଅନ୍ତର୍ଜାତୀୟ ଯୋଗ ଦିବସରେ ସାମିଲ୍ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । କନ୍ୟାକୁମାରୀରର ବିବେକାନନ୍ଦ ବେଳାଭୂମିରେ ଯୋଗାଭ୍ୟାସରେ ସାମିଲ୍ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖି । ହିମାଚଳ ପ୍ରଦେଶର ଐତିହାସିକ ସୁଜାନପୁର ତିହିରା ଦୁର୍ଗରେ ସାଧାରଣ ଲୋକଙ୍କ ସହ ମିଶି ଯୋଗ କରିଥିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରର।
ଉତ୍ତରାଖଣ୍ଡ ହରିଦ୍ବାରରେ ପତଞ୍ଜଳି ଯୋଗପୀଠରେ ଯୋଗ କରିଥିଲେ ଯୋଗ ଗୁରୁ ବାବା ରାମଦେବ। କହିଥିଲେ ଯୋଗ ପୂଜାପାଠ ନୁହେଁ ଏହା ଆମର ପୂର୍ବପୁରୁଷଙ୍କ ବିଦ୍ୟା। ୧୦ ହଜାର ଲୋକଙ୍କ ସହ ୩ ଘଣ୍ଟା ଧରି ଯୋଗାଭ୍ୟାସରେ ସାମିଲ୍ ହୋଇଥିଲେ ରାମଦେବ । ଇଣ୍ଡୋ ତିବ୍ବତାନ ବର୍ଡର ପୋଲିସ ପକ୍ଷରୁ ଇଣ୍ଡୋ-ଚାଇନା ସୀମାରେ ହିମାଳୟ ପର୍ବତ ଶିଖରରେ ବରଫ ଉପରେ କରିଥିଲେ ଯୋଗାଭ୍ୟାସ । ଅରୁଣାଚଳ ପ୍ରଦେଶରେ ଆଇଟିବିପି ପକ୍ଷରୁ ଝରଣା ପାଣିରେ ରହି ଯୋଗ ଅଭ୍ୟାସ କରିଥିଲେ ଯବାନ । ଆସାମରେ ବ୍ରହ୍ମପୁତ୍ର ଘାଟରେ ଯୋଗାଭ୍ୟାସ କରିଥିଲେ ଯବାନ । ସେହିପରି ୧୪ ହଜାର ଫୁଟ୍ ଉଚ୍ଚରେ ଯୋଗ କରିଥିଲେ ଆଇଟିବିପି ଯବାନ । ଜାମ୍ମୁ ଓ କାଶ୍ମୀରର ପୁଞ୍ଚ ସେକ୍ଟରରେ ଯବାନମାନେ ଯୋଗାଭ୍ୟାସ କରିଥିଲେ । ଅମରନାଥରେ ଯୋଗ କରିଥିଲେ ଭାରତୀୟ ସେନାର ଶତାଧିକ ଯବାନ ।