ମଙ୍ଗଳବାର ବୋଫର୍ସ ପକ୍ଷରୁ ପ୍ରକାଶ ପାଇଛି ବିଶ୍ୱର ସବୁଠୁ ବଡ଼ ଧନୀ ତାଲିକା । ଯଦି ଆପଣଙ୍କୁ ପଚରାଯାଏ ବିଶ୍ୱରେ ସବୁଠାରୁ ବଡ଼ ଧନୀ କିଏ ତେବେ ଆପଣ ନିର୍ଦ୍ୱନ୍ଦ୍ୱରେ କହିବେ ଆମାଜନ୍ ସପିଂ ସାଇଟ୍ର ମାଲିକ ଜେଫ୍ ବେଜୋସ୍ । ତେବେ ବୋଫର୍ସ ତାଲିକାରେ ଚଳିତ ଥର ମଧ୍ୟ ଜେଫ୍ ବେଜୋସ୍ ଶୀର୍ଷରେ ରହିଛନ୍ତି । ବେଜୋସ୍ ମୋଟ୍ ସମ୍ପତ୍ତି ହେଉଛି 131 ଅରବ ଡଲାର ।
ସେହିପରି ଯଦି ବିଶ୍ୱରେ ସବୁଠୁ ଯୁବ ଧନୀ ବିଷୟରେ ଆପଣଙ୍କୁ ପଚରାଯାଏ ତେବେ ଆପଣ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି । କାରଣ ସମସ୍ତେ ଜାଣନ୍ତି ଖୁବ୍ କମ୍ ବୟସରେ ଅରବପତି ହୋଇଥିବା ଯୁବ ବ୍ୟବସାୟୀ ହେଉଛନ୍ତି ଫେସ୍ବୁକ୍ ମାଲିକ ଜୁକର ବର୍ଗ । ତେବେ ସେ କିନ୍ତୁ ଧନୀ ଯୁବକ ମାନଙ୍କ ଲିଷ୍ଟରେ ଏକ ନମ୍ବରରେ ଆସୁନାହାନ୍ତି । ଫୋବର୍ସ ତାଲିକା ଅନୁଯାୟୀ କାଇଲି ଜେନର ହେଉଛନ୍ତି ଯୁବ ବ୍ୟବସାୟୀଙ୍କ ମଧ୍ୟରେ ଏକ ନମ୍ବର । ଯିଏ ଖୁବ୍ କମ୍ ସମୟ ମଧ୍ୟରେ ଅରବପତି ହୋଇପାରିଛନ୍ତି । କାଇଲି ହେଉଛି 900 କୋଟି ମିଲିୟନ ଡଲାର କମ୍ପାନୀ କାଇଲି କସ୍ମେଟିକ୍ସର ମାଲିକ । ମାତ୍ର ଗୋଟିଏ ବର୍ଷ ମଧ୍ୟରେ ତାଙ୍କର 360 କୋଟି ଟଙ୍କାର ବିକ୍ରୀ ହୋଇଛି ।

କାଇଲି ଜେନର ଟପ୍ ମଡେଲ କିମ୍ କାର୍ଦଶିୟନଙ୍କ ଫୈମିଲି ମେମ୍ବର । ସେ ଏହି ସ୍ଥାନରେ କେବଳ କସ୍ମେଟିକ୍ସ ବ୍ୟବସାୟ କରି ପହଞ୍ଚିଛନ୍ତି । 21 ବର୍ଷିୟ କାଇଲି ତିନି ବର୍ଷ ପୂର୍ବେ କାଇଲି କସମେଟିକ୍ସରୁ ବ୍ୟବସାୟ ଆରମ୍ଭ କରିଥିଲେ । ଗତବର୍ଷ ତାଙ୍କ କମ୍ପାନୀ ମୋଟ୍ 360 କୋଟି ଟଙ୍କାର ବିକ୍ରି କରିବାରେ ସଫଳ ହୋଇଛି । ଜୁକରବର୍ଗ 23 ବର୍ଷରେ ଅରବପତି ଯୁବ ବ୍ୟବସାୟୀଙ୍କ ଲିଷ୍ଟରେ ସାମିଲ ହୋଇଥିଲେ ।
