ଦିନକୁ ଦିନ ଭଳିକି ଭଳି ଚା’ ମଧ୍ୟ ଲୋକେ ପିଉଛନ୍ତି। ଆଉ ଏହି ଚା’ର ଲୋକପ୍ରିୟତା ଏତେଜେ ଏହା ବର୍ତ୍ତମାନ ଦିନକୁ ଦିନ ବିଶ୍ବରେ ଆଦ୍ରୁତ ହେବାରେ ଲାଗିଛି । ଏହି ଲୋକପ୍ରିୟତାକୁ ଦେଖି ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଙ୍ଗଠନ ହିଁ ପ୍ରଥମେ ‘ଅନ୍ତର୍ଜାତୀୟ ଚା’ ଦିବସ ପାଳନର ନିଷ୍ପତ୍ତି ନେଇଥିଲା ।
ଚଳିତ ବର୍ଷ ଅନ୍ତର୍ଜାତୀୟ ଚା’ ଦିବସର ଥିମ୍ ରହିଛି ‘ଟି ଆଣ୍ଡ ଫେୟାର ଟ୍ରେଡ୍’ । ୨୦୦୫ ଡିସେମ୍ବର ୧୫ ତାରିଖରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ଚା’ ଦିବସ ପାଳନ କରାଯାଇଥିଲା । କିନ୍ତୁ ମେ’ ୨୧କୁ ଅନ୍ତର୍ଜାତୀୟ ଚା’ ଦିବସ ଭାବେ ପାଳନ କରାଯାଉ ବୋଲି ଭାରତ ଜାତିସଂଘରେ ପ୍ରସ୍ତାବ ରଖିଥିଲା ।
୨୦୧୯ ମସିହାରୁ ଏହାକୁ ମେ’ ୨୧ ତାରିଖରେ ପାଳନ କରିବା ପାଇଁ ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଙ୍ଗଠନର ସମ୍ମିଳନୀରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । କାରଣ ମେ’ ମାସରେ ବିଶ୍ୱର ଅଧିକାଂଶ ଦେଶରେ ଚା’ ଅମଳ କରାଯାଏ । ଭାରତ ସମେତ ଶ୍ରୀଲଙ୍କା, ଚୀନ୍, ଜାପାନ୍, ଇଣ୍ଡୋନେସିଆ , ନେପାଳ ,ବାଂଲାଦେଶ ପ୍ରମୁଖ ଦେଶ କୋଟି କୋଟି ଟଙ୍କାର ଚା’ ବ୍ୟବସାୟ କରିଥାନ୍ତି ।
ଭାରତ ଏବେ ବିଶ୍ୱରେ ଦ୍ୱିତୀୟ ସର୍ବବୃହତ ଚା’ ଉତ୍ପାଦନକାରୀ ଦେଶ । ଚୀନ ସବୁଠାରୁ ଅଧିକ ଚା’ ଉତ୍ପାଦନ କରିଥାଏ । ଚା’ ଶ୍ରମିକଙ୍କ ଲାଗି ନିରାପଦ ପରିବେଶ ସୃଷ୍ଟି କରିବା ସହ ଚା’ ଉତ୍ପାଦନରେ ସୁଧାର ଆଣିବା ପାଇଁ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ ।