ଏହି ଆକଳନରୁ ସ୍ପଷ୍ଟ ହେଉଛି ଯେ, ଭାରତୀୟ ଆଇଟି ଶିଳ୍ପ ଆମେରିକୀୟ ମାନ୍ଦାବସ୍ଥାକୁ ନେଇ ବିଚଳିତ ନାହାନ୍ତି । ଯଦି ଇନଫୋସିସ୍ ଏଭଳି ଆକଳନ କରୁଛି ତା ହେଲେ ନିଶ୍ଚିତ ଭାବେ କମ୍ପାନୀ ନିକଟରେ ସେତିକି ମାତ୍ରାରେ ଅର୍ଡର ଉପଲବ୍ଧ ଥିବ, ଯାହା ଆଧାରରେ ଏହା ରାଜସ୍ୱ ଅଭିବୃଦ୍ଧି ଆକଳନକୁ ବଢାଇଛି ।
ଏକ ଖବର ଅନୁସାରେ, ଆମେରିକା ଏବଂ ୟୁରୋପୀୟ ଦେଶଗୁଡିକରେ ବୃହତ୍ ମାତ୍ରାରେ ନିବେଶ କରୁଛନ୍ତି । ଉଦେଶ୍ୟ ଦେଉଛି ଉତ୍ପାଦ ବିକାଶ ବାବଦ ଖର୍ଚ୍ଚ କମାଇବା । ନୂଆ ପ୍ରଯୁକ୍ତିର ଚାହିଦା ପ୍ରାୟ ସମସ୍ତ ଶିଳ୍ପରେ ଅଛି । ସେ ବିନିର୍ମାଣ ହେଉ ଅବା ରିଟେଲ ସବୁଠି ଏହାର ଚାହିଦା । ଆଇଟି ଶିଳ୍ପର ସ୍ଥିତି ଭଲ ଥିବା ପ୍ରତୀୟ ହେବାର ଏକ କାରଣ ହେଉଛି, ଭାରତର ଆଇଟି ହବ୍ ବେଙ୍ଗାଲୁରୁରେ ଅଫିସ୍ ରେଟ୍ ରେ 12 ପ୍ରତିଶତ ବାର୍ଷିକ ବୃଦ୍ଧି ଦେଖାଦେଇଛି । ଯଦି କମ୍ପାନୀ ଗୁଡିକ ଅଫିସ ପାଇଁ ଅଧିକ ଖର୍ଚ୍ଚ କରୁଛନ୍ତି ତା ହେଲେ ଏହା ନିଶ୍ଚିତ ଯେ, ସେମାନଙ୍କ ନିକଟରେ ଏହାର ଭରଣା ପାଇଁ ଆୟ ବି ରହିଥିବ । ସେପଟେ ବିଶେଷଜ୍ଞମାନେ କିନ୍ତୁ ବିପରୀତ ଅନୁମାନ କରୁଛନ୍ତି, ଯେ ଆମେରିକୀୟ ମାନ୍ଦାବସ୍ଥାରୁ ଭାରତୀୟ ଆଇଟି ଶିଳ୍ପ ବର୍ତ୍ତିବା ମୁସ୍କିଲ ।
ବିଦେଶ ଖବର ଆହୁରି ପଢନ୍ତୁ ।