ଭାରତୀୟ କ୍ରିକେଟ ଦଳର ଓ୍ବେଷ୍ଟଇଣ୍ଡିଜ ଗସ୍ତ କାଳରେ ରବୀନ୍ଦ୍ର ଜାଦେଜା ଆଣ୍ଠୁ ଯନ୍ତ୍ରଣା କାରଣରୁ ବାଦ ପଡ଼ିଥିଲେ । ତେବେ ପରେ ସେ ଏସିଆକପ ଦଳକୁ ଫେରିଥିଲେ । ପାକିସ୍ତାନ ବିପକ୍ଷ ମ୍ୟାଚରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । ମାତ୍ର ତାଙ୍କର ଆଣ୍ଠୁରେ ଲାଗିଥିବା ଆଘାତ ଆହୁରି ଗୁରୁତର ହୋଇଥିଲା । ଫଳରେ ସେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଭାରତୀୟ ଦଳରୁ ବାଦ ପଡ଼ିଛନ୍ତି । ତାଙ୍କ ଆଣ୍ଠୁରେ ଏକ ବଡ଼ ଧରଣର ଅସ୍ତ୍ରୋପଚାର ହେବାର ସମ୍ଭାବନା ରହିଛି । ଏଥିପାଇଁ ତାଙ୍କୁ ୩ ମାସ ପାଇଁ ବିଶ୍ରାମ ନେଇପାରନ୍ତି ।
ଜାଦେଜା ବାଦ ପଡ଼ିବା ଭାରତୀୟ ଦଳ ପାଇଁ ଏକ ଶକ୍ତ ଧକ୍କା ବୋଲି କୁହାଯାଉଛି । କାରଣ ଟିମରେ ତାଙ୍କ ଉପସ୍ଥିତି ଦଳକୁ ସନ୍ତୁଳିତ କରୁଥିଲା । ବିଗତ କିଛି ବର୍ଷ ହେଲା ତାଙ୍କ ବ୍ୟାଟିଂରେ ଅନେକ ସୁଧାର ଆସିଛି । ପାକିସ୍ତାନ ବିପକ୍ଷ ମ୍ୟାଚରେ ସେ ୩୫ରନର ଏକ ଉପଯୋଗୀ ପାଳି ଖେଳିଥିଲେ ।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।