ଭାରତରେ ମୁଣ୍ଡପିଛା ବାର୍ଷିକ ନଷ୍ଟ ହେଉଛି 50 କେଜି ଖାଦ୍ୟ ।
ଅର୍ଗସ ବ୍ୟୁରୋ: ଆମେରିକାର 46 ତମ ରାଷ୍ଟ୍ରପତି ଭାବରେ ଜୋ ବାଇଡେନ୍ ଶପଥ ନେଇଛନ୍ତି। ବିଶ୍ଵର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରର ମୁଖ୍ୟ ହେଲେ ବାଇଡେନ୍। ସେହିପରି ଉପରାଷ୍ଟ୍ରପତି ଭାବେ କମଲା ହାରିସ ଶପଥ ନେଇଛନ୍ତି। ତାଙ୍କ ପୂର୍ବରୁ ଡୋନାଲ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଥିଲେ।
ଜୋ ବାଇଡେନ୍ ପୂର୍ଣ୍ଣ ନାମ ଜୋସେଫ ରବିନ୍ ବାଇଡେନ୍ ଜୁନିଅର। 78 ବର୍ଷୀୟ ବାଇଡେନ୍ ଆଜିଠାରୁ ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାର ବୟୋଜ୍ୟଷ୍ଠ ରାଷ୍ଟ୍ରପତି ହୋଇଛନ୍ତି।
ସେ 29 ବର୍ଷ ବୟସରେ ସର୍ବ କନିଷ୍ଠ ସିନେଟର ହୋଇଥିଲେ । ସେ 6ଥର ସିନେଟର ଭାବରେ ନିର୍ବାଚିତ ହୋଇଥିଲେ। ତାଙ୍କ ନିକତରମାନେ କହିଛନ୍ତି ଯେ, ଲୋକଙ୍କ ସହ ଗଭୀର ସମ୍ପର୍କ ଏବଂ ସଚ୍ଚୋଟତା ତାଙ୍କୁ ଏହି ସ୍ଥାନ ଦେଇଛି।