ଏଥିରେ 'ହମାରୀ ୟେ କମଲା ହାରିସ' ବୋଲି ମଧ୍ୟ ରହିଛି। ଏହି ଭିଡିଓ ଜରିଆରେ ଭାରତୀୟ ସମୁଦାୟକୁ ଯୋଡିବାକୁ ଚେଷ୍ଟା କରାଯାଇଛି। ଭୁଟୋରିଆ ହାରିସ ଫର୍ ପ୍ରେସିଡେଣ୍ଟର ଜାତୀୟ ଫାଇନାନ୍ସ କମିଟିର ସଦସ୍ୟ ଅଛନ୍ତି। ଏହି ଗୀତ ଜରିଆରେ ୫୦ ଲକ୍ଷ ଦକ୍ଷିଣ ଏସୀୟ ଭୋଟରଙ୍କୁ ଆକୃଷ୍ଟ କରିବା ତାଙ୍କର ଲକ୍ଷ୍ୟ। ଖାସକରି ମିଶିଗାନ, ପେନସିଲଭାନିଆ, ଓ୍ୱିସକନସିସ୍, ଜର୍ଜିଆ, ନେବାଦା ଓ ଏରିଜୋନା ଭଳି ପ୍ରମୁଖ ରାଜ୍ୟରେ ଏହି ଗୀତର ଜୋରଦାର ପ୍ରଚାର ହେଉଛି। ଭାରତ ଓ ବଲିଉଡ ସହ ହାରିସଙ୍କ ସମ୍ପର୍କକୁ ଦର୍ଶାଇ ଭୋଟରଙ୍କୁ ଭାବନାତ୍ମକ ରୂପରେ ଯୋଡିବାକୁ ଏହି ନିର୍ବାଚନ ଗୀତ ଚେଷ୍ଟା କରିଛି। ଦକ୍ଷିଣ ଭାରତୀୟ ସମୁଦାୟର ସମର୍ଥନ ହାସଲ କରିବା ପାଇଁ ସଙ୍ଗୀତକୁ ହାରିସଙ୍କ ନିର୍ବାଚନ ପ୍ରଚାରରେ ରଣନୀତିର ଅଂଶ ବୋଲି ମନେକରାଯାଉଛି। ନିର୍ବାଚନ ପ୍ରଚାର ଆମେରିକାର ପ୍ରତ୍ୟେକ ବର୍ଗଙ୍କୁ ଆକର୍ଷିକ କରିବାକୁ ଚେଷ୍ଟା କରୁଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର: