ଘର
ବିଦେଶ
ଏଲିଅନକୁ ଖୋଜିବ ଲାର୍ଜ ଟେଲିସ୍କୋପ !
ଏଲିଅନକୁ ଖୋଜିବ ଲାର୍ଜ ଟେଲିସ୍କୋପ !
by Swayangprajna Mishra
ଅର୍ଗସ ବ୍ୟୁରୋ : ଅନ୍ତରୀକ୍ଷରେ ଏଲିଅନକୁ କାଢିବା ପାଇଁ ଦୂନିଆର ବିଭିନ୍ନ ଦେଶରେ ବିଭିନ୍ନ ପରୀକ୍ଷାମାନ ଚାଲିଛି । ପ୍ରକୃତରେ ଏଲିଅନ ଅଛନ୍ତି କି ନାହିଁ, ଯଦି ଅଛନ୍ତି, ସେମାନଙ୍କ ଜୀବନଶୈଳୀ କେମିତି, ସେ ବିଷୟରେ ଚାଲିଛି ଅନବରତ ଚେଷ୍ଟା । ଚିଲିର ଅଟକାମା ରେଗିସ୍ଥାନରେ ଥିବା ଆମାଜନ୍ସ ପାହାଡରେ ଦୂନିଆର ସବୁଠୁ ବଡ ଟେଲିସ୍କୋପ ତିଆରି କରାଯାଉଛି । ଏହି ଟେଲିସ୍କୋପ ଦ୍ବାରା ଅନ୍ତରୀକ୍ଷରେ ଥିବା ଏଲିଅନଙ୍କୁ ଦେଖିହେବ ବୋଲି ଦାବି କରାଯାଉଛି । ଏହି ଟେଲିସ୍କୋପର ନାଁ ରହିଛି ଏକ୍ସଟ୍ରିମଲି ଲାର୍ଜ ଟେଲିସ୍କୋପ ବା ESO ।
୪ ବର୍ଷ ପରେ ୨୦୨୮ରେ ଏହି ଟେଲିସ୍କୋପ କାମ କରିବା ଆରମ୍ଭ କରିବ । ଏହି ଟେଲିସ୍କୋପ ଉପରେ ଏକ ବହୁତ ବଡ ଡୋମ୍ ତିଆରି କରାଯାଉଛି । ଏହି ଡୋମ ଉପରେ ଏକ ସୁରକ୍ଷା କବଚ ଲାଗିଛି । ଏଥିସହ ପ୍ରାଇମେରୀ ମିରର ପାଇଁ ସପୋର୍ଟ ଦିଆଯାଇଛି ।
ଅଧିକ ପଢନ୍ତୁ : ସତ ହେବ କି ଏଲିଅନ୍ସ ଆଟାକ୍ ?
ଡୋମ ଚାରିପାଖରେ ଥର୍ମାଲ ଇନ୍ସୁଲେସନ ଲଗାଯାଇଛି । ତାପାମାତ୍ରାରୁ ରକ୍ଷା ପାଇବା ପାଇଁ ଏହା ଉପରେ କବର ଦିଆଯାଇଛି । ଡୋମର ଏକ ପାର୍ଶ୍ବ ଖୋଲିବା ବନ୍ଦ ହେବାର ବ୍ୟବସ୍ଥା ମଧ୍ୟ ରହିଛି । ଏହାର ଖୋଲିବା ବନ୍ଦ ହେବା ସ୍ଥାନରେ ଟେଲିସ୍କୋପ ଅନ୍ତରୀକ୍ଷ ପ୍ରତି ନଜର ରଖିବ । ଏଥିସହ ସୌରମଣ୍ଡଳର ଅନ୍ୟ ଗ୍ରହ , ନକ୍ଷତ୍ର , ଏବଂ ଅନ୍ୟ ଜିନିଷ ଉପରେ ନଜର ରଖିବ । ଏଥିସହ ଆକାଶଗଙ୍ଗା ଉପରେ ମଧ୍ୟ ନଜର ରଖିବ । ତେବେ ଏହି ଲାର୍ଜ ଟେଲିସ୍କୋପରେ ଥିବା ପ୍ରାଇମେରୀ ମିରର ଚଉଡା ୧୨୮ ଫୁଟ । ଏଥିରେ ସମୁଦାୟ ୫ଟି ମିରର ଲାଗିଛି । ଯାହାଦ୍ବାରା ବିଭିନ୍ନ ପ୍ରକାର ମିରର ଦ୍ବାରା ଅଲଗା ଅଲଗା କାର୍ଯ୍ୟ କରାଯିବ ।