ଅର୍ଗସ ବ୍ୟୁରୋ : ଚିଡିଆଖାନା କଥା କହିଲେ ପ୍ରଥମେ ପଶୁ ପକ୍ଷୀଙ୍କ କଥା ମନକୁ ଆସିଥାଏ । କାରଣ ଆମେ ସାଧାରଣତଃ ପଶୁ ପକ୍ଷୀଙ୍କୁ ଚିଡିଆଖାନାରେ ଦେଖିଥାଉ । ହେଲେ ମଣିଷ ଚିଡିଆଖାନାରେ ରହୁଥିବା କଥା କେବେ ଆପଣ ଚିନ୍ତା କରିନଥିବେ । ୧୮୫୦ ମସିହାରୁ ୧୯୫୦ ମସିହା ପର୍ଯ୍ୟନ୍ତ ମଣିଷ ମାନେ ଚିଡିଆଖାନାରେ ହିଁ ରହୁଥିଲେ । ବିଶେଷଭାବେ ଏସିଆ ଲୋକ, ଆଫ୍ରିକା ଲୋକ ଏବଂ ଲାଟିନ ଆମେରିକା ଲୋକମାନଙ୍କୁ ସେମାନଙ୍କ ବର୍ଣ୍ଣକୁ ନେଇ ଜେଲରେ ପ୍ରଦର୍ଶନୀ ପାଇଁ ରଖାଯାଉଥିଲା । ଏହି ଚିଡିଆଖାନା ଗୁଡିକ ସାଧାରଣତଃ ପ୍ୟାରିସ, ଲଣ୍ଡନ ଆଦିରେ ରହିଥିଲା । ସବୁଠାରୁ ପ୍ରଥମ ମଣିଷ ଚିଡିଆଖାନା ୧୮୭୪ ମସିହାରେ କରାଯାଇଥିଲା ।
ବିଦେଶ ଖବର ଆହୁରି ପଢ଼ନ୍ତୁ
ଏବଂ ୧୯୩୦ ମସିହା ବେଳକୁ ୪୦୦ ଚିଡିଆଖାନା କେବଳ ଜର୍ମାନୀରେ ରଖାଯାଇଥିଲା । କେବଳ ସେମାନଙ୍କ ରଙ୍ଗକୁ ନେଇ ସେମାନଙ୍କୁ ପଶୁଙ୍କ ଭଳି ବ୍ୟବହାର କରାଯାଉଥିଲା । କେବଳ ସେତିକି ନୁହେଁ ପିଞ୍ଜରାରେ ଥିବା ମହିଳାମାନଙ୍କୁ ନାଚିବାକୁ ବାଧ୍ୟ କରାଯାଉଥିଲା । ଛୋଟ ପିଲାମାନଙ୍କୁ ମଧ୍ୟ ବହୁତ କଷ୍ଟ ଦିଆଯାଉଥିଲା । ସମୟକ୍ରମେ ଏହାକୁ ବିରୋଧ କରାଗଲା । ଏବଂ ଏହାକୁ ବନ୍ଦ କରିଦିଆଗଲା । ହେଲେ ମନୁଷ୍ୟର ଜଘନ୍ୟ କାଣ୍ଡ ସବୁଦିନ ପାଇଁ ଇତିହାସରେ ଲିପିବଦ୍ଧ ହୋଇ ରହିଗଲା ।