ଏହି ବିକ୍ଷୋଭ ସମୟରେ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତିକୁ ଖାଲିସ୍ତାନୀ ଆନ୍ଦୋଳନର ଏହି ସମର୍ଥକ ଯୁବକମାନେ 'ଖଲିସ୍ତାନ' ପତାକା ଉତ୍ତୋଳନ କରିଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉପରେ ହଳଦିଆ ରଙ୍ଗର ପତାକା ଲଗାଯାଇଥିଲା ଯେଉଁଥିରେ କାର୍ଡବୋର୍ଡ କଟଆଉଟ୍ ଏବଂ ପ୍ଲାକାର୍ଡ ଲଗାଯାଇଥିଲା। ଏହି ବିଚ୍ଛିନ୍ନତାବାଦୀ ଶିଖମାନେ ବିରୋଧ ପ୍ରଦର୍ଶନ କରିବା ସହିତ ଭାରତ ବିରୋଧୀ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏହି ଲୋକମାନେ ଭାରତ ବିରୋଧୀ ପୋଷ୍ଟର ଏବଂ ବ୍ୟାନର ସହିତ ଖଲିସ୍ତାନୀ ପତାକା ଧରିଥିବାର ଦେଖାଯାଇଥିଲା ଏବଂ ସେମାନେ ଖଲିସ୍ତାନର ପ୍ରତିନିଧିତ୍ୱ କରୁଛନ୍ତି ବୋଲି ମଧ୍ୟ କହିଥିଲେ।
ସୂଚନା ଯୋଗ୍ୟ, ‘ସିଖ୍ସ୍ ଫର୍ ଜଷ୍ଟିସ୍’ର ମୁଖ୍ୟ ଆଇନ ପରାମର୍ଶଦାତା ଗୁରପତଓ୍ଵନ୍ତ ସିଂହ ପାନ୍ନୁନ କହିଛନ୍ତି, କୃଷକ ଓ ଖଲିସ୍ତାନ ସମର୍ଥକମାନଙ୍କର ଉଦ୍ଦେଶ୍ୟ ସମାନ। ତାହା ହେଉଛି ଭାରତ ଅଧୀନରୁ ପଞ୍ଜାବକୁ ମୁକ୍ତ କରିବା।, ଜୁଲାଇ ମାସରେ ପାନ୍ନୁନଙ୍କ ଏପରି ଅନେକ ଦେଶବିରୋଧି ବୟାନ ପାଇଁ ଭାରତ ଆତଙ୍କବାଦୀ ଆଖ୍ୟା ଦେଇଥିଲା।
ଭାରତରେ ହେଉଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରୁଥିବା ଓ ସରକାରଙ୍କୁ ବିରୋଧ କରୁଥିବା ଏହି ବିକ୍ଷୋଭକାରୀ ମାନଙ୍କର ପ୍ରକୃତ ଲକ୍ଷ୍ୟ ଦେଶର କୃଷକ ମାନଙ୍କର ଉନ୍ନତି ନା ଭାରତ ବାହାରେ ରହି ବିଛିନ୍ନତାବାଦୀର କାର୍ଯ୍ୟ କରିବା। ଏ କଥା ନିଶ୍ଚୟ ଭାବରେ ଚିନ୍ତା କରିବାର ବିଷୟ। ଏହି ଘଟଣାକୁ ନେଇ ଆମେରିକାର ଦୂତାବାସର ଆଇନ ପ୍ରଣୟନକାରୀ ସଂସ୍ଥା ତୀବ୍ର ବିରୋଧ ପ୍ରଦର୍ଶନ କରିଛି ଏବଂ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୈଦେଶିକ ବିଭାଗକୁ ନିର୍ଦେଶ ଦେଇଛି।