ଅର୍ଗସ ଵ୍ୟୁରୋ: ନୋବେଲ ପୁରସ୍କାର ବିଜେତା ମଲାଲ ୟୁସୁଫଙ୍କୁ ମୃତ୍ୟୁ ଧମକ ମିଳିଛି। ଯେଉଁ ତାଲିବାନ ଆତଙ୍କୀ 9 ବର୍ଷ ଆଗରୁ ମାଲାଲାଙ୍କୁ ଗୁଳି ମାରିଥିଲା ସେହି ଆତଙ୍କୀ ଟ୍ବିଟରରେ ମଲାଲାଙ୍କୁ ଏପରି ଧମକ ଦେଇଛି । ଏହି ଧମକରେ ସେ ଏଥର ମଲାଲଙ୍କୁ ମାରିବାରେ କୈାଣସି ଭୁଲ ହେବ ନାହିଁ ବୋଲି କହିଛ।
ବର୍ତ୍ତମାନ ସମୟରେ ମାଲାଲା ଓ ତାଙ୍କ ପିତା ଲଣ୍ଡନରେ ରହିଥିବାରୁ ଏହି ତାଲିବାନୀ ଆତଙ୍କୀ ସେମାନଙ୍କୁ ପାକିସ୍ଥାନ ଫେରିବାକୁ ଧମକି ଦେଇଛି। ସେ ଏହି ଟ୍ବିଟରେ ତାଙ୍କ ଉପରେ ପ୍ରତିଶୋଧ ନେବ ବୋଲି କହିଛି। ଏହି ଟ୍ବିଟ ପରେ ଟ୍ବିଟର ତରଫରୁ ସେହି ଆକାଉଣ୍ଟକୁ ବ୍ଲକ କରାଯାଇଛି। ତେବେ ଏହି ଧମକ ପରେ ମଲାଲା ପ୍ରଥମେ ପାକିସ୍ଥାନ ସରକାର ଓ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଏହି ଆକ୍ରମଣକାରୀ କିପରି ପାକିସ୍ଥାନ ଜେଲରୁ ଫେରାର ହୋଇପାରିଲା ବୋଲି ପ୍ରଶ୍ନ କରିଛନ୍ତି।
ସୁଚନା ଯୋଗ୍ୟ ଯେ 9 ବର୍ଷ ପୁର୍ବେ 15 ବର୍ଷିଆ ମଲାଲା ସ୍କୁଲ ଆସୁଥିବା ବେଳେ ତାଲିବାନୀ ଆତଙ୍କୀ ଏହସାନୁଲ୍ଲା ଏହସାନ ତାଙ୍କ ଏପରେ ଗୁଳି ଚଳାଇଥିଲା। ମଲାଲା ୟୁସୁଫ ପାକିସ୍ଥାନର ବାଳିକାମାନଙ୍କ ଶିକ୍ଷା ପାଇଁ ଆନ୍ଦୋଳନ ଚଳାଇଥିବାରୁ ସେ ସମୟରେ ସେ ତାଲିବାନୀଙ୍କ ଆକ୍ରୋଶର ଶିକାର ହୋଇଥିଲେ ଓ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ତେବେ ମାମାଲାଙ୍କ ଉପରେ ଆକ୍ରମଣ ପରେ ଏହସାନକୁ ପାକିସ୍ଥାନ ସରକାର ଧରିବାରେ ଅସଫଳ ହୋଇଥିଲେ ଏବଂ ଶେଷରେ ତାକୁ 2017 ରେ ଗିରଫ କରାଯାଇଥିଲା। କିନ୍ତୁ ବର୍ତ୍ତମାନ 2020ରେ ଏହି ଆତଙ୍କୀ ପାକିସ୍ଥାନ ଗୁପ୍ତଚର ସଂସ୍ଥାର ସେଫ ହାଉସରୁ ପୁଣି ଫେରାର ହୋଇଯାଇଛି। ପାକିସ୍ଥାନ ସରକାର ଓ ପାକିସ୍ଥାନର ଗୁପ୍ତଚର ସଂସ୍ଥାର ଏପରି ବେପରୁହା ନିତୀକୁ ନେଇ ନୋବେଲ ବିଜେତା ମଲାଲା, ତାଙ୍କ ପରିବାର ବର୍ଗ ଓ ପାକିସ୍ଥାନ ନାଗରିକ ମାନେ ପ୍ରଶ୍ନ ଉଠାଇଛନ୍ତି। ପାକିସ୍ଥାନ ସରକାର ନିଜେ ଆତଙ୍କବାଦୀମାନଙ୍କୁ କିପରି ପ୍ରଶ୍ରୟ ଦେଉଛନ୍ତି ତାହା ଏଇ କଥାରୁ ସ୍ପଷ୍ଟ ହୋଇପାରୁଛି। ଏହି ଧମକ ପାଇବା ପରେ ନୋବେଲ ବିଜେତା ମଲାଲା ୟୁସୁଫ କହିଛନ୍ତି ଏହା ହେଉଛି ତେହେରିକ-ଇ-ତାଲିବାନ ପାକିସ୍ତାନର ପୂର୍ବତନ ମୁଖପାତ୍ର ଯିଏ ମୋତେ ଏବଂ ଅନେକ ନିରୀହ ଲୋକଙ୍କୁ ଏପରି ଧମକ ଦେଇ ଆସୁଛନ୍ତି।