କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। କୌଣସି ଯାନ ବ୍ୟବହାର ନକରି ଚାଲି ଚାଲି ସେ ଆସିଲେ ହିଁ ଯୁବତୀ ଜଣକ ପ୍ରେମ ନିବେଦନ ସ୍ୱୀକାର କରିବେ ବୋଲି କହିଥିଲେ।ନିଜ ପ୍ରେମକୁ ପ୍ରମାଣିତ କରିବାକୁ ସେ ବାହାରିଛନ୍ତି ବେଲି ବ୍ୟକ୍ତି ଜଣକ ଭିଡିଓରେ କହୁଛନ୍ତି। ଏଥିସହ ଟିକଟକ ଆକାଉଣ୍ଟରେ ସେ ପ୍ରତିଦିନର ଅପଡେଟ୍ ଦେଉଛନ୍ତି। ଅଦ୍ୟାବଧି ସେ ପ୍ରାୟ ଅଧାବାଟ ଚାଲି ସାରିଲେଣି। ଆଉ ୮୫୦ କିଲୋମିଟର ପରେ ସେ ପ୍ରେମିକାଙ୍କ ଘର ନିକଟରେ ପହଞ୍ଚିବେ ବୋଲି କହିଛନ୍ତି।
ବ୍ୟକ୍ତି ଜଣକ ଥାଇଲାଣ୍ଡର ବୋଲି ଜଣାପଡିଛି। ରିପୋର୍ଟ ମୁତାବକ, ୫ ମାସ ପୂର୍ବରୁ ସେ ଜଣେ ଯୁବତୀଙ୍କୁ ଟିକଟକରେ ଭେଟିଥିଲେ। ଏବେ ତାଙ୍କ ନିକଟରେ ପହଞ୍ଚିବାକୁ ସେ ନାଖୋନ୍ ନାୟୋକ୍ ପ୍ରାନ୍ତରେ ଥିବା ନିଜ ଘରୁ ସତୁନକୁ ଯିବାକୁ ବାହାରିଛନ୍ତି। ସତୁନରେ ତାଙ୍କ ପ୍ରେମିକା ରହୁଛନ୍ତି। ଭିଡିଓରେ ପ୍ରେମିକ ଜଣକ କହୁଛନ୍ତି, ସେ ଫେବୃୟାରୀ ୧୪-୧୫ ସୁଦ୍ଧା ଯୁବତୀଙ୍କ ଘରେ ପହଞ୍ଚିବାକୁ ଉଦ୍ୟମ କରୁଛନ୍ତି। ଏଥିପାଇଁ ତାଙ୍କୁ ୧୪ ଶହ କିମି ଯିବାକୁ ପଡିବ। ଯୁବତୀ ଜଣକ ତାଙ୍କୁ ଏତେ ବାଟ ଚାଲିକରି ଆସିବାକୁ ଚ୍ୟାଲେଞ୍ଜ କରିଥିଲେ।
ବିଦେଶ ଖବର ଆହୁରି ପଢନ୍ତୁ ।