ଏହି ଘଟଣାଟି ହେଉଛି ଜିମ୍ବାୱେର ମିଷ୍ଟର ନ୍ୟାଣ୍ଡୋରୋଙ୍କର । ବୟସ 66 ବର୍ଷ । ତାଙ୍କ କହିବାନୁଯାୟୀ 1983 ମସିହାରେ ସେ POLYGAMY ନାମକ ଏକ ପ୍ରୋଜେକ୍ଟକୁ ହାତକୁ ନେଇଥିଲେ । ତାହା ଅନୁଯାୟୀ ଯେ ପର୍ଯ୍ୟନ୍ତ ମୃତ୍ୟୁ ତାଙ୍କୁ ଛୁଇଁ ନାହିଁ ସେ ପର୍ଯ୍ୟନ୍ତ ସେ ବିବାହ କରିବେ ଏବଂ ଛୁଆ ଜନ୍ମ କରିବେ । ଏବେ ସୁଦ୍ଧା ସେ 16 ଜଣଙ୍କୁ ବିବାହ କରି ସାରିଥିବାବେଳେ 151 ଟି ସନ୍ତାର ବାପା ମଧ୍ୟ ହୋଇସାରିଲେଣି ।
ଏବେ ସୁଦ୍ଧା 16 ଟା ସ୍ତ୍ରୀ, 100 ବାହା ହେବାକୁ ଟାର୍ଗେଟ୍

ଅର୍ଗସ ବ୍ୟୁରୋ: ଆଜିକାଲି ଗୋଟିଏ ବିବାହ ବି ବେଶି ଦିନ ତିଷ୍ଠୁନି । ବିବାହର ଅଳ୍ପ ଦିନ ମଧ୍ୟରେ ହିଁ ଛାଡପତ୍ର ଯାଏଁ କଥା ଯାଉଛି । କିନ୍ତୁ ଜିମ୍ବାୱେର ଏମିତି ଏକ ବ୍ୟକ୍ତି ଯିଏ ଏବେ ସୁଦ୍ଧା 16 ଟା ବିବାହ କରିସାରିଲେଣି । ଆଉ 151 ଟି ସନ୍ତାନର ବାପା ମଧ୍ୟ ହୋଇ ସାରିଲେଣି । ପୁଣି 17 ନମ୍ବର ବିବାହ କରିବାକୁ ବି ପ୍ରସ୍ତୁତ ଅଛନ୍ତି । କଥା ଟା ଆପଣଙ୍କୁ ଅଡୁଆ ଲାଗୁଥିଲେ ବି ସତ ।
Download Argus News App
