ଅର୍ଗସ ବ୍ୟୁରୋ : ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଆଜି ଟୋକିଓରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟ ଶଙ୍କର ସହ ସାକ୍ଷାତ କରିଛନ୍ତି। ଏହି ସମୟରେ ଭାରତର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ବହୁ କ୍ଷେତ୍ରରେ ଆମର ବୁଝାମଣାକୁ ନେଇ ହୋଇଥିବା ପ୍ରଗତିକୁ ଦେଖି ମୁଁ ଖୁସୀ। ଭାରତ ପ୍ରଶାନ୍ତ କ୍ଷେତ୍ରରେ ସ୍ଥିରତା ଏବଂ ସମୃଦ୍ଧି ଆଣିବା ପାଇଁ କାମ କରିବ। ତେବେ କ୍ଵାଡର ଦ୍ଵିତୀୟ ମନ୍ତ୍ରୀ ସ୍ତରୀୟ ବୈଠକରେ ଅଂଶ ଗ୍ରହଣ କରିବା ପାଇଁ ପୋମ୍ପିଓ ଏବଂ ଜୟଶଙ୍କର ଟୋକିଓରେ ଅଛନ୍ତି। କ୍ଵାଡ ୪ଟି ଦେଶର ସମୂହ। ଆମେରିକା, ଭାରତ, ଅଷ୍ଟ୍ରେଲିଆ ଓ ଜାପାନ ଏଥିରେ ସାମିଲ ଅଛନ୍ତି।
ତେବେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଏବଂ ଜୟଶଙ୍କରଙ୍କ ମଧ୍ୟରେ ନିୟମିତ ବ୍ୟବଧାନରେ ବାର୍ତ୍ତାଳାପ ଚାଲିଛି। ଚୀନ ସହ ଭାରତର ସୀମା ବିବାଦ ମଧ୍ୟରେ ପୋମ୍ପିଓଙ୍କ ସହ ଏହା ପ୍ରଥମ ସାକ୍ଷାତକାର। ତେବେ ଆମେରିକୀୟ ବୈଦେଶିକ ବିଭାଗ ଅନୁଯାୟୀ, ପୋମ୍ପିଓ ଜାପାନର ନୂତନ ପ୍ରଧାନମନ୍ତ୍ରୀ ୟୋଶିହିଦ ସୁଗା ଏବଂ ତାଙ୍କ ସମକକ୍ଷ ତୋଶିମିତ୍ସୁ ମୋଟେଗିଙ୍କ ସହ ମଧ୍ୟ ସାକ୍ଷାତକାରର କାର୍ଯ୍ୟକ୍ରମ ରହିଛି।
ସୂଚନାନୁଯାୟୀ, ଏହି କ୍ଵାଡ ବୈଠକରେ ବହୁ ଗୁରୁତ୍ଵପୂର୍ଣ୍ଣ ଘୋଷଣା ହେବାର ଅନୁମାନ କରାଯାଉଛି। ତେବେ ଟୋକିଓ ଗସ୍ତ ପୂର୍ବରୁ ପୋମ୍ପିଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ ଯୋଗେ ଆଲୋଚନା କରିଥିଲେ। ସେପଟେ ଟୋକିଓ ସ୍ଥିତ ଆମେରିକୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ୪ ଦେଶରେ ବୈଦେଶିକ ମନ୍ତ୍ରୀ ଭାରତ-ପ୍ରଶାନ୍ତ କ୍ଷେତ୍ରରେ କୋଭିଡ-୧୯, ସୁରକ୍ଷା ଏବଂ ଆର୍ଥିକ ପ୍ରସଙ୍ଗରେ ଏବଂ ଏକ ନିୟମ ଆଦାରିତ ଅନ୍ତରାଷ୍ଟ୍ରୀୟ ପ୍ରଣାଳୀ ବିଷୟରେ ମହତ୍ଵପୂର୍ଣ୍ଣ ଆଲୋଚନା କରିବେ।