ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ରେକର୍ଡ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ବିଟର ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲାଗିଥିବାରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ୱିଟର ଆକାଉଣ୍ଟର ସର୍ବାଧିକ ଫଲୋଅର୍ସ ରହିବା ସହ ପୃଥିବୀର ଏକ ନମ୍ବର ସକ୍ରିୟ ରାଜନେତା ପାଲଟିଛନ୍ତି । ଟ୍ୱିଟରରେ ମୋଦିଙ୍କ ଫଲୋଅର୍ସଙ୍କ ସଂଖ୍ୟା 6 କୋଟି 47 ଲକ୍ଷ ରହିଛି । ଟ୍ରମ୍ପଙ୍କର ଫଲୋଅର୍ସ ସଂଖ୍ୟା 8 କୋଟି 87 ଲକ୍ଷ ଥିଲା । ମାତ୍ର ତାଙ୍କ ଆକାଉଣ୍ଟ ବନ୍ଦ କରାଯିବାର ଏବେ ମୋଦି ଟ୍ରମ୍ପଙ୍କୁ ପଛରେ ପକାଇ ଦେଇଛନ୍ତି ।
ପୂର୍ବରୁ ମୋଦିଙ୍କ ଫଲୋଅର୍ସ ସଂଖ୍ୟାରେ ସକ୍ରିୟ ରାଜନେତା ଭାବେ ଦ୍ୱିତୀୟ ସ୍ଥାନରେ ଥିଲେ । ଆମେରିକା ର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଫଲୋଅର୍ସଙ୍କ ସଂଖ୍ୟା 12 କୋଟି 79 ଲକ୍ଷ ରହିଛି । ତେବେ ସେ ଏବେ କୌଣସି ପଦବୀରେ ନାହାନ୍ତି। ତେଣୁ ସେ ସକ୍ରିୟ ରାଜନେତା ନୁହନ୍ତି । ପ୍ରକାଶଯୋଗ୍ୟ, ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଫଲୋଅର୍ସଙ୍କ ସଂଖ୍ୟା 2 କୋଟି 33 ଲକ୍ଷ ରହିଛି ।