ଏହି ସହଯୋଗ ଆଗକୁ ଆହୁରି ବୃଦ୍ଧି ପାଇବା ଦିଗରେ ମଧ୍ୟ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଏବଂ ଭୂଟାନର ରାଜା । ଅନ୍ୟ ପକ୍ଷରେ ଭୂଟାନ ରାଜାଙ୍କ ସହ ଭାରତ ଗସ୍ତରେ ଆସିଥିବା ପ୍ରତିନିଧି ମଣ୍ଡଳୀ ମଧ୍ୟ ସେମାନଙ୍କର ଭାରତୀୟ ପ୍ରତିପକ୍ଷଙ୍କ ସହ ଦ୍ବିପାକ୍ଷିକ ବ୍ୟବସାୟ ବାଣିଜ୍ୟ ସମ୍ପର୍କରେ ଆଲୋଚନା ଓ ବିଭିନ୍ନ ରାଜିନାମା ସ୍ବାକ୍ଷର କରିଥିବା ଜଣାପଡ଼ିଛି ।
ସାକ୍ଷାତ ସମୟରେ ଆନ୍ତର୍ଜାତିକ ସୌରଶକ୍ତି ରାଜିନାମା ଉପରେ ଆଲୋଚନା ହୋଇଥିବାର ଜଣାପଡ଼ିଛି

ଅର୍ଗସ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ଭୁଟାନର ରାଜା ଜିଗ୍ମେ ଖେସାର୍ ନାମେଗଲ୍ ଓ୍ବାଂଗଚୁକ୍ । ଏହି ସାକ୍ଷାତ ସମୟରେ ଦୁଇଜଣଙ୍କ ମଧ୍ୟରେ ଆନ୍ତର୍ଜାତିକ ସୌରଶକ୍ତି ରାଜିନାମା ଉପରେ ଆଲୋଚନା ହୋଇଥିବାର ଜଣାପଡ଼ିଛି । ଭାରତ ହେଉଛି ଭୂଟାନର ସବୁଠୁ ବଡ଼ ବାଣିଜ୍ୟିକ ସହଯୋଗୀ ପଡ଼ୋଶୀ ।
Download Argus News App
