ଏପଟେ ପ୍ରଧାନମନ୍ତ୍ରୀ ପୁଣି ଥରେ ଜରୁରୀକାଳୀନ ବୈଠକ ଡାକି ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ଚତୁର୍ଥ ବୈଠକ। ଭାରତୀୟଙ୍କୁ ସୁରକ୍ଷିତ ଏବଂ ତୁରନ୍ତ ଉଦ୍ଧାର ପ୍ରକ୍ରିୟାକୁ ଗୁରୁତ୍ୱ ଦେଇ ବିଭିନ୍ନ କେନ୍ଦ୍ରମନ୍ତ୍ରୀ, ବୈଦେଶିକ ସଚିବଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ମୋଦି ଆଲୋଚନା କରିଛନ୍ତି। ଏହାପୂର୍ବରୁ ଭାରତୀୟ ଛାତ୍ରଛାତ୍ରୀଙ୍କ ଉଦ୍ଧାର ପ୍ରକ୍ରିୟାରେ ସହଯୋଗ ପାଇଁ ନିଜର ପ୍ରତିପକ୍ଷ ରାଷ୍ଟ୍ରମାନଙ୍କ ସହ ବି ମୋଦି କଥା ହୋଇଛନ୍ତି।
ଫ୍ରାନ୍ସ, ପୋଲାଣ୍ଡ, ୟୁରୋପିଆନ୍ କାଉନ୍ସିଲ୍ ପ୍ରେସିଡେଣ୍ଟଙ୍କ ସହ ଫୋନ୍ କଥା ହୋଇ ଋ଼ଷ୍-ୟୁକ୍ରେନ୍ ସ୍ଥିତି ଏବଂ ଭାରତୀୟଙ୍କ ରେସ୍କ୍ୟୁ ଅପରେସନ୍କୁ ନେଇ କଥା ହୋଇଛନ୍ତି।